ଚଣ୍ଡିଗଡ଼ : ଦ୍ବିତୀୟ ଥର ପାଇଁ ଲୋକସଭାକୁ ସାଂସଦ ନିର୍ବାଚିତ ହୋଇଥିବା ବଲିଉଡ୍ ଅଭିନେତ୍ରୀ ହେମା ମାଳିନୀ ତାଙ୍କ ସାବତ ପୁ୍ଅ ସନ୍ନି ଦେଓଲ୍ଙ୍କୁ ଲୋକସଭାରେ ସହଯୋଗ କରିପାରିବେ ନାହିଁ। ସଂସଦୀୟ ଅଧିବେଶନରେ ମଧ୍ୟ ହେମା ସନ୍ନିଙ୍କ ପାଖରେ ବସି ପାରିବେନି। ଜୁନ୍ ୬ରୁ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ହେବାକୁ ଥିବାବେଳେ ଏହି ଅଧିବେଶନରେ ହେମା ଏବଂ ସନ୍ନିଙ୍କୁ ଅଲଗା ବସିବାକୁ ପଡ଼ିବ। ସନ୍ନିଙ୍କର ରାଜନୀତି ବିଷୟରେ କିଛି ଜ୍ଞାନ ନଥିବା ସେ ନିଜେ ସ୍ବୀକାର କରିଥିଲେ। ନିୟମ ଅନୁଯାୟୀ ହେମାଙ୍କୁ ଲୋକସଭାର ମଝି ସିଟ୍ରେ ବସିବାକୁ ପଡ଼ିବ ଏବଂ ସନ୍ନି ଦେଓଲଙ୍କୁ ପଛ ସିଟ୍ରେ ବସିବାକୁ ପଡ଼ିବ। ସନ୍ନି ଦେଓଲଙ୍କ ପରି ଏଥର ଲୋକସଭାକୁ ପ୍ରଥମ ଥର ପାଇଁ ସାଂସଦ ନିର୍ବାଚିତ ହୋଇଥିବା ଅନ୍ୟମାନେ ହେଲେ ଗାୟକ ହଂସରାଜ ହଂସ, ଗୌତମ ଗମ୍ଭୀର, ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ଏବଂ ଅଭିନେତା ରବି କିଶନ୍।
ସଂସଦରେ ଏକାଠି ବସିବେନି ହେମା-ସନ୍ନି
Advertisment
Follow Us