ପଂଜାବରେ ନେତୃତ୍ବ ପରିବର୍ତ୍ତନ ନ କରିବାକୁ କଂଗ୍ରେସର ନିଷ୍ପତ୍ତି, ଅମରିନ୍ଦରଙ୍କ ନେତୃତ୍ବରେ ହିଁ ନିର୍ବାଚନ ଲଢ଼ିବାକୁ ସହମତି

Advertisment
ବିଜେପିରେ ଯୋଗଦେବା ଖବରକୁ ଅମରିନ୍ଦରଙ୍କ ଅସ୍ବୀକାର: କପୁରତାଲା ହାଉସ୍‌ ଖାଲି କରିବାକୁ ଦିଲ୍ଲୀ ଆସିଛି

The Indian Express

ନୂଆଦିଲ୍ଲୀ: ପଂଜାବ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନ ହେବନାହିଁ ଏବଂ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନେତୃତ୍ବରେ ହିଁ ଦଳ ଆଗାମୀ ନିର୍ବାଚନ ଲଢ଼ିବ ବୋଲି ଆଜି ସ୍ପଷ୍ଟ କରାଯାଇଛି । ଦଳରେ ଦେଖାଦେଇଥିବା ଅସନ୍ତୋଷ ଏବଂ କିଛି ପ୍ରମୁଖ ନେତା କ୍ୟାପ୍‌ଟେନ୍‌ ଅମରିନ୍ଦରଙ୍କୁ ବିରୋଧ କରିବାରୁ ଯେଉଁ ସ୍ଥିତି ଉପୁଜିଛି ତାହାର ସମାଧାନ ପାଇଁ ଗଠିତ କମିଟି ଏ ବାବଦ ସୂଚନା ଦେବା ସହିତ ଦଳ ସଭାପତି ସୋନିଆ ଗାନ୍ଧିଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି। ତେବେ ରାଜ୍ୟରେ ଖୁବ୍‌ଶୀଘ୍ର ନୂଆ ପିସିସି ସଭାପତି ନିଯୁକ୍ତି କରାଯିବା ଏବଂ ଅସନ୍ତୁଷ୍ଟ ନେତାମାନଙ୍କୁ ମନାଇବା ଦିଗରେ କେତେକ ପ୍ରୟାସ ପାଇଁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ପଂଜାବ କଂଗ୍ରେସର ସମସ୍ତ ୫ ଜଣ ସାଂସଦ ଅମରିନ୍ଦରଙ୍କ ନେତୃତ୍ବ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe