ପେନ୍‌ସିଲ୍‌ ଯୋଗାଇ ସମଗ୍ର ଦେଶର ପିଲାମାନଙ୍କୁ ଶିକ୍ଷିତ କରାଉଛି ‘ଭାରତର ପେନ୍‌ସିଲ୍‌ ଗାଁ’: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ପେନ୍‌ସିଲ୍‌ ଯୋଗାଇ ସମଗ୍ର ଦେଶର ପିଲାମାନଙ୍କୁ ଶିକ୍ଷିତ କରାଉଛି ‘ଭାରତର ପେନ୍‌ସିଲ୍‌ ଗାଁ’: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ: ପୂଜାପର୍ବାଣି ଅବସରରେ ନିଜ ଅଞ୍ଚଳରେ ନିର୍ମିତ ସାମଗ୍ରୀ ସବୁକୁ ପ୍ରୋତ୍ସାହନ ଦିଅନ୍ତୁ ଓ କିଣାକିଣି କରନ୍ତୁ ବୋଲି ଆଜି ‘ମନ୍‌କି ବାତ୍‌’ରେ କହିବା ବ‌େଳେ ପ୍ରଧାନମନ୍ତ୍ରୀ ମୋଦୀ ‘ଭାରତର ପେନ୍‌ସିଲ୍‌ ଗାଁ’ର ସଫଳତାର କାହାଣୀ ଶୁଣାଇଥିଲେ।

ସମ୍ପ୍ରତି ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପୁଲ୍‌ୱାମା ‘ପେନ୍‌ସିଲ୍‌ ନିର୍ମାଣ’ର ନାଭିଚକ୍ର ଭାବେ ପରିଗଣିତ ହେଉଛି। ପ୍ରଧାନମନ୍ତ୍ରୀ କହିଲେ, ସମଗ୍ର ଦେଶକୁ ଶିକ୍ଷିତ କରାଇବାରେ ଆଜି ପୁଲ୍‌ୱାମା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପୁଲ୍‌ୱାମାବାସୀଙ୍କ କଠୋର ପରିଶ୍ରମ ଯୋଗୁଁ ଆଜି ସମଗ୍ର ଦେଶରେ ଛାତ୍ରଛାତ୍ରୀମାନେ ସେମାନଙ୍କ ହୋମ୍‌ୱାର୍କ କରିବା ସହ ନୋଟ୍‌ ପ୍ରସ୍ତୁତି କରୁଛନ୍ତି।

publive-image Image Courtesy of Daily Excelsior

ଦେଶର ପ୍ରାୟ ୯୦% ପେନ୍‌ସିଲ୍‌ ସ୍ଲେଟ୍‌ର ଚାହିଦା କଶ୍ମୀର ଉପତ୍ୟକା ପୂରଣ କରିଥାଏ ଏବଂ ସେଥିରେ ବେଶୀ ଭାଗ ଅବଦାନ ରହିଛି ପୁଲ୍‌ୱାମାର। ଏକଦା ଆମେ ପେନ୍‌ସିଲ୍‌ ଲାଗି କାଠ ଆମଦାନି କରୁଥିଲେ। ଏ କ୍ଷେତ୍ରରେ ଏବେ କିନ୍ତୁ, ପୁଲ୍‌ୱାମା ଦେଶକୁ ଆତ୍ମନିର୍ଭର କରିଛି। କଶ୍ମୀର ଉପତ୍ୟକାର ଚିନାର କାଠ ଅଧିକ ଆର୍ଦ୍ର ଓ ନରମ ହୋଇଥିବାରୁ ପେନ୍‌ସିଲ୍‌ ତିଆରି ନିମନ୍ତେ ଖୁବ୍ ଉପଯୁକ୍ତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ପୁଣି କହିଲେ, ପୁଲ୍‌ୱାମାର ‘ଔଖୁ’ ଗାଁ ‘ପେନ୍‌ସିଲ୍‌ ଗାଁ’ ଭାବେ ଜଣାଶୁଣା। ସେଠାରେ ଅନେକ ସଂସ୍ଥା ପେନ୍‌ସିଲ୍‌ ସ୍ଲେଟ୍‌ ଉତ୍ପାଦନରେ ଲାଗିଥିବାରୁ କର୍ମସଂସ୍ଥାନ ସୃଷ୍ଟି ହୋଇପାରୁଛି। ଏବଂ ଏହି ସଂସ୍ଥାଗୁଡ଼ିକରେ ବହୁସଂଖ୍ୟକ ମହିଳା କାମ କରୁଛନ୍ତି। ସ୍ଥାନୀୟ ଲୋକେ ନୂଆ କିଛି କରିବାକୁ ସ୍ଥିର କରିବାରୁ ପୁଲ୍‌ୱାମା ଖ୍ୟାତି ଅର୍ଜନ କରିପାରିଛି। ଗ୍ରାମବାସୀମାନେ ବାଜି ଲଗାଇବା ଭଳି ପେନ୍‌ସିଲ୍‌ ତିଆରି କାମରେ ନିଜକୁ ଉତ୍ସର୍ଗ କରିଥିଲେ।

ଭାରତର କୋମଳମତିଙ୍କୁ ଶିକ୍ଷିତ କରାଇବାରେ ଅମୂଲ୍ୟ ଅବଦାନ ଦେଉଥିବା ପୁଲ୍‌ୱାମାର ଭାଇଭଉଣୀମାନଙ୍କୁ ଓ ତାଙ୍କ ପରିବାରବର୍ଗଙ୍କୁ ମୁଁ ତାରିଫ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe