ଟ୍ରୁଡୋଙ୍କ କାର୍ଯ୍ୟାଳୟ ସହ ସଂପର୍କରେ ରହିଛି: ପନ୍ନୁ

Advertisment

ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଆଜି ସ୍ୱୀକାର କରିଛି ଯେ ତା’ର ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍‌ଜେ) କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ କାର୍ଯ୍ୟାଳୟ ସହ ଲଗାତାର ଯୋଗାଯୋଗରେ ଅଛି ଏବଂ  ଭାରତ ବିରୋଧରେ ସୂଚନା ପ୍ରଦାନ କରିଛି।

ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଆଜି ସ୍ୱୀକାର କରିଛି ଯେ ତା’ର ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍‌ଜେ) କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ କାର୍ଯ୍ୟାଳୟ ସହ ଲଗାତାର ଯୋଗାଯୋଗରେ ଅଛି ଏବଂ  ଭାରତ ବିରୋଧରେ ସୂଚନା ପ୍ରଦାନ କରିଛି।

gjgdjdgjdg

ଟରଣ୍ଟୋ: ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଆଜି ସ୍ୱୀକାର କରିଛି ଯେ ତା’ର ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍‌ଜେ) କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ କାର୍ଯ୍ୟାଳୟ ସହ ଲଗାତାର ଯୋଗାଯୋଗରେ ଅଛି ଏବଂ  ଭାରତ ବିରୋଧରେ ସୂଚନା ପ୍ରଦାନ କରିଛି। କାନାଡାର ନ୍ୟୁଜ୍ ଚ୍ୟାନେଲ ସିବିସି ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ପନ୍ନୁ ଏହା ସ୍ବୀକାର କରିବା ପରେ ଖଲିସ୍ତାନୀ ଆତଙ୍କୀଙ୍କ ସହିତ କାନାଡା ସରକାର ଅତି ଘନିଷ୍ଠ ଭାବେ କାମ କରୁଥିବା ପ୍ରମାଣିତ ହୋଇଯାଇଛି। ପନ୍ନୁ କହିଛି ଯେ ଭାରତ ବିରୋଧରେ କାନାଡାର ଅଭିଯୋଗ  ଆଇନର ଶାସନକୁ  ଦର୍ଶାଉଛି ଏବଂ ଭାରତ ବିରୋଧରେ ତା’ର ଅଭିଯାନ ଜାରି ରହିବ।

ଅନ୍ୟପକ୍ଷରେ କାନାଡାର ଭାନ୍‌କୁଭର ଓ ଟରଣ୍ଟୋରେ ଥିବା ଭାରତୀୟ ଦୂତାବାସ ବନ୍ଦ କରିବାକୁ ନିହତ ଶିଖ୍ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜାର ଦ୍ବାରା ପରିଚାଳିତ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଆହ୍ୱାନ ଦେଇଛନ୍ତି। ଭାରତୀୟ କୂଟନୀତିଜ୍ଞ ଓ ଏଜେଣ୍ଟମାନେ କାନାଡା ମାଟିରେ ତାଙ୍କ ନାଗରିକଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟ କରୁଛନ୍ତି ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିବା ପରେ ଏହି ଦାବି ଆସିଛି। ରୟାଲ କାନାଡିଆନ ମାଉଣ୍ଟେଡ୍ ପୁଲିସ (ଆର୍‌ସିଏମ୍‌ପି) ସୋମବାର ଦାବି କରିଛି ଯେ ସେମାନଙ୍କ ନିକଟରେ ଭାରତୀୟ ଏଜେଣ୍ଟଙ୍କ ବିରୋଧରେ ଏଭଳି ଅପରାଧରେ ସମ୍ପୃକ୍ତି ଥିବାର ପ୍ରମାଣ ରହିଛି।ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ନେଇ କାନାଡା ସରକାର ଭାରତକୁ ବିଶ୍ୱସନୀୟ ପ୍ରମାଣ ପ୍ରଦାନ କରିଥିବା ଦାବି କରିଥିବା ବେଳେ ଭାରତ ଏହାକୁ ଅସ୍ବୀକାର କରିଛି।

ପୂର୍ବରୁ ନିଜାର ଦ୍ବାରା ପରିଚାଳିତ ହେଉଥିବା ଏକ ଗୁରୁଦ୍ୱାରାର ମୁଖପାତ୍ର ଗୁରକିରତ ସିଂହ କହିଛନ୍ତି ଯେ, ଭାରତୀୟ ଦୂତାବାସ ବନ୍ଦ ନହେଲେ ଶିଖ୍‌ମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ସେପ୍ଟେମ୍ବର ୨୦୨୩ରେ ଅଟାୱା ଭାରତୀୟ କୂଟନୀତିଜ୍ଞ ପବନ କୁମାର ରାୟଙ୍କୁ ବହିଷ୍କାର କରିବା ପରଠାରୁ କାନାଡାରେ ଶିଖ୍ ସମ୍ପ୍ରଦାୟର ସଦସ୍ୟଙ୍କ ପ୍ରତି ବିପଦ ବୃଦ୍ଧି ପାଇଛି ବୋଲି ଶିଖ୍ ଫର୍ ଜଷ୍ଟିସ୍ ସଦସ୍ୟ ଜତିନ୍ଦର ସିଂହ ଗ୍ରେୱାଲ କହିଛନ୍ତି। ଶିଖ୍ ସମ୍ପ୍ରଦାୟର ସଦସ୍ୟଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିବା ଲୋକଙ୍କ ପ୍ରକୃତ ଉଦ୍ଦେଶ୍ୟ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। 

ଅନ୍ୟପକ୍ଷରେ ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ ତଦନ୍ତ ପାଇଁ କାନାଡାର ପଦକ୍ଷେପକୁ ଭାରତ ଅଯଥା ଏବଂ ଜଷ୍ଟିନ ଟ୍ରୁଡୋ ସରକାରଙ୍କ ରାଜନୈତିକ ଏଜେଣ୍ଡାର ଏକ ଅଂଶ ବୋଲି କହିଛି। ଟ୍ରୁଡୋଙ୍କ ଅଧୀନରେ କାନାଡାରେ ଉଗ୍ରବାଦ ଓ ହିଂସାର ବାତାବରଣ ସୃଷ୍ଟି ହୋଇଥିବା ଦର୍ଶାଇ ନୂଆଦିଲ୍ଲୀ ମଧ୍ୟ ନିଜର କୂଟନୀତିଜ୍ଞଙ୍କ ସୁରକ୍ଷାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe