ଗାଜା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଘୋଷିତ ଇସ୍ରାଏଲ (Israel) ଏବଂ ହମାସ (Hamas) ମଧ୍ୟରେ ଯୁଦ୍ଧବିରତି ଏବେ ଇତିହାସ ହୋଇସାରିଛି । ପୁଣି ଥରେ ଗାଜାରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି ଓ ବନ୍ଧୁକ ଗର୍ଜୁଛି । ହମାସ ପକ୍ଷରୁ ୨ ବନ୍ଧକଙ୍କ ମୃତଦେହ ପଠାଯିବା ପରେ ରକ୍ତମୁଖା ହୋଇପଡ଼ିଛି ଇସ୍ରାଏଲ । ୨ ମୃତଦେହ ଜବାବରେ ଇସ୍ରାଏଲ ୩୦ ପାଲେଷ୍ଟିନୀୟଙ୍କ ମୃତଦେହ ପଠାଇଛି । ଏହା ପରିସ୍ଥିତିକୁ ଏକ ବିସ୍ଫୋରକ ମୋଡ଼ ଦେଇଛି । ଏହାକୁ ଦୁଇ ପକ୍ଷ ମଧ୍ୟରେ ଏକ ନୂତନ "ମୃତଦେହ ଯୁଦ୍ଧ" ଭାବରେ ଦେଖାଯାଉଛି।
ଆହୁରି ପଢନ୍ତୁ : India vs Australia 2nd T-20 : ଭାରତକୁ ୪ ୱିକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ
ବିସ୍ଫୋରକ ସ୍ଥିତିରେ ଗାଜା
ହମାସ ଦ୍ୱାରା ବନ୍ଧକଙ୍କୁ ଫେରାଇବାରେ ବିଳମ୍ବ ହେବା ପରେ ଇସ୍ରାଏଲୀ ସେନା ସମ୍ପ୍ରତି ଗାଜା ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଥିଲା। ଶହ ଶହ ଲୋକ ନିହତ ହୋଇଥିଲେ। ଏହା ପରେ, ଗାଜା ଅସ୍ତ୍ରବିରତି ଭଙ୍ଗ ହୋଇଥିଲା। ଇସ୍ରାଏଲ ହମାସକୁ ଜାଣିଶୁଣି ବନ୍ଧକଙ୍କ ଫେରାଇବାରେ ବିଳମ୍ବ କରୁଥିବା ଅଭିଯୋଗ କରିଥିଲା। ଏହା ପରେ ମୃତଦେହ ଫେରାଇବା ପରେ ଇସ୍ରାଏଲ କ୍ଷୁବଧ ହୋଇଥିଲା । ଗାଜା ହସ୍ପିଟାଲର ଜଣେ ଅଧିକାରୀଙ୍କ ଅନୁଯାୟୀ, ହମାସର କାର୍ଯ୍ୟରେ ବିରକ୍ତ ହୋଇ ଇସ୍ରାଏଲ ୩୦ ଜଣ ପାଲେଷ୍ଟାଇନୀଙ୍କ ମୃତଦେହ ହମାସକୁ ହସ୍ତାନ୍ତର କରିଛି, ଯାହା ଗାଜାରେ ଉତ୍ତେଜନା ବୃଦ୍ଧି କରିଛି। ଗାଜାରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲକୁ ଦୁଇ ବନ୍ଧକଙ୍କ ମୃତଦେହ ହସ୍ତାନ୍ତର କରିବାର ଗୋଟିଏ ଦିନ ପରେ ମୃତଦେହ ହସ୍ତାନ୍ତର କରାଯାଇଛି।
ଆହୁରି ପଢ଼ନ୍ତୁ: ୧୦ ବର୍ଷର ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କଲେ ଭାରତ-ଆମେରିକା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/31/israel-2025-10-31-17-35-08.jpg)
