ଆତ୍ମନିର୍ଭର ଉଦ୍ୟମରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ବୃଦ୍ଧି କରିବା ଲକ୍ଷ୍ୟ ରଖିଛନ୍ତି ସରକାର: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଆତ୍ମନିର୍ଭର ଉଦ୍ୟମରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ବୃଦ୍ଧି କରିବା ଲକ୍ଷ୍ୟ ରଖିଛନ୍ତି ସରକାର: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ସମ୍ବନ୍ଧୀୟ ଭିଡିଓ କନ୍‌ଫରେନ୍ସ୍‌ରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ସରକାର ଭାରତରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ବୃଦ୍ଧି କରିବା ନିମନ୍ତେ ଲକ୍ଷ ରଖିଛନ୍ତି।

‘ଆତ୍ମନିର୍ଭର ଭାରତ ଡିଫେନ୍ସ୍‌ ଇଣ୍ଡଷ୍ଟ୍ରି ଆଉଟ୍‌ରିଚ୍ ୱେବିନର୍’ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅନେକ ବର୍ଷ ହେବ ଭାରତ ଅନ୍ୟତମ ବୃହତ୍ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ହୋଇ ରହିଛି। ସ୍ବାଧୀନ ହେବା ସମୟରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବାରେ ଭାରତ ବଡ଼ ସାମର୍ଥ୍ୟ ଥିଲା ଏବଂ ୧୦୦ ବର୍ଷରୁ ଊର୍ଦ୍ଧ୍ବ କାଳ ଧରି ପ୍ରତିରକ୍ଷା ସାମଗ୍ରୀ ନିର୍ମାଣର ବାତାବରଣ ପ୍ରତିଷ୍ଠିତ ହୋଇଥିଲା। ଦୁଃଖର କଥା, ଏ କ୍ଷେତ୍ରରେ ଆବଶ୍ୟକ ମୁତାବକ ଧ୍ୟାନ ଦିଆଯାଇ ପାରିଲା ନାହିଁ।

publive-image Image Courtesy of The Financial Express

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଅଟୋମେଟିକ୍ ରୁଟ୍‌ରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ନିମନ୍ତେ ୭୪% ‘ଫରେନ୍ ଡାଇରେକ୍ଟ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌’କୁ (ଏଫ୍‌ଡିଆଇ) ଅନୁମତି ଦେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି, ନୂତନ ଜ୍ଞାନକୌଶଳ ବିକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ କମ୍ପାନିମାନଙ୍କୁ ବଡ଼ ଭୂମିକା ଦେବା ନିମନ୍ତେ ଉଦ୍ୟମ ଚାଲିଛି। ଭାରତୀୟ ପ୍ରତିରକ୍ଷା ସାମଗ୍ରୀ ଶିଳ୍ପକୁ ପ୍ରୋତ୍ସାହନ ଦେବା ନିମନ୍ତେ ନିର୍ଦ୍ଦିଷ୍ଟ କେତେକ ସାମଗ୍ରୀ ଆମଦାନି ଉପରେ କଟକଣା ଲାଗୁ କରାଯାଇଛି।

ସେ ଆହୁରି ମଧ୍ୟ କହିଲେ ଯେ, ନକଟରେ ଆମେ ଶ୍ରମିକ ସଂସ୍କାର ମଧ୍ୟ ଦେଖିଲେ; ସଂସ୍କାର କାର୍ଯ୍ୟକ୍ରମ ଏବେ ଶେଷ ହେବନାହିଁ। ଆତ୍ମନିର୍ଭର ଭାରତ ନିମନ୍ତେ ଆମର ସଙ୍କଳ୍ପ କେବଳ ଅନ୍ତର୍ଦଶନ ନୁହେଁ, ଭାରତକୁ ସମର୍ଥ କରାଇବା ଓ ବୈଶ୍ବିକ ଶାନ୍ତି ଓ ଅର୍ଥନୀତିର ଅଭିବୃଦ୍ଧି କରାଇବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe