ଛାତ୍ରୀଙ୍କ ପ୍ରତି ସମର୍ଥନ ଜଣାଇ ସ୍କୁଲ୍‌ ଯିବାରୁ ନିବୃତ୍ତ ହେଲେ ଆଫଗାନ ଛାତ୍ର

ଛାତ୍ରୀଙ୍କ ପ୍ରତି ସମର୍ଥନ ଜଣାଇ ସ୍କୁଲ୍‌ ଯିବାରୁ ନିବୃତ୍ତ ହେଲେ ଆଫଗାନ ଛାତ୍ର

Image Courtesy of India Today

ନୂଆଦିଲ୍ଲୀ: ଏଯାବତ୍‌ ପୁନର୍ବାର ସ୍କୁଲ୍‌ ଯିବାକୁ ଅନୁମତି ପାଇ ନ ଥିବା ଛାତ୍ରୀମାନଙ୍କ ପ୍ରତି ସମର୍ଥନ ଜଣାଇ ଅନେକ ଆଫଗାନ୍‌ ଛାତ୍ର ସ୍କୁଲ୍‌ ଯିବାରୁ ନିବୃତ୍ତ ରହିଛନ୍ତି।

‘ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ ଅନୁସାରେ, ଝିଅମାନଙ୍କ ପାଇଁ ସ୍କୁଲ୍‌ ନ ଖୋଲିଲେ ସ୍କୁଲ୍‌ ଯିବେ ନାହିଁ ବୋଲି କହି କେତେକ ଆଫଗାନ ଛାତ୍ର ଘରେ ରହୁଛନ୍ତି।

୧୮ ବର୍ଷିୟ ଦ୍ବାଦଶ ଶ୍ରେଣୀ ଛାତ୍ର ରୋହୁଲ୍ଲା କହନ୍ତି, ସମାଜର ଅର୍ଦ୍ଧେକ ହେଉଛନ୍ତି ନାରୀ, ବାଳିକା ବିଦ୍ୟାଳୟ ନ ଖୋଲିବା ପର୍ଯ୍ୟନ୍ତ ମୁଁ ସ୍କୁଲ୍‌ ଯିବି ନାହିଁ।

ଜଣେ ଶିକ୍ଷକଙ୍କ କହିବା ଅନୁସାରେ, ଝିଅମାନେ ସକାଳେ ପଢୁଛନ୍ତି ଏବଂ ପୁଅମାନେ ଅପରାହ୍ଣରେ। ବାଳକମାନଙ୍କୁ ପୁରୁଷ ଶିକ୍ଷକ ଏବଂ ବାଳିକାମାନଙ୍କୁ ମହିଳା ଶିକ୍ଷକ ପଢ଼ାନ୍ତି। ତେଣୁ, ସ୍କୁଲ୍‌ ଖୋଲିବାରେ ସମସ୍ୟା କାହିଁକି ହେଲା?

କାବୁଲ୍‌ସ୍ଥିତ ଏକ ଘରୋଇ ସ୍କୁଲ୍‌ର ଜଣେ ଶିକ୍ଷକ କହିଛନ୍ତି, କେତେକ ଶିକ୍ଷକଙ୍କ କହିବା ଅନୁସାରେ, ହତୋତ୍ସାହ ହୋଇପଡ଼ିଥିବା କେତେକ ଝିଅ ଏବେ ଆଉ ସ୍କୁଲ୍‌କୁ ଯିବେ କି, ନାହିଁ ତାହା ଗଭୀର ଭାବେ ଚିନ୍ତା କରୁଛନ୍ତି।

publive-image India News Republic

ସେ ସ୍କୁଲ୍‌ର ଅଧ୍ୟକ୍ଷ ମହମ୍ମଦ୍ରେଜା କହିଛନ୍ତି, ଝିଅମାନଙ୍କ ଶିକ୍ଷା ଗୋଟାଏ ପିଢ଼ିକୁ ପ୍ରସ୍ତୁତି କରେ। ପୁଅମାନଙ୍କ ଶିକ୍ଷା ଗୋଟାଏ ପରିବାରକୁ ପ୍ରଭାବିତ କରିପାରେ କିନ୍ତୁ, ଝିଅମାନଙ୍କ ଶିକ୍ଷା ସମାଜକୁ ପ୍ରଭାବିତ କରେ। ଝିଅମାନେ କେମିତି ସ୍କୁଲ୍‌କୁ ଫେରି ଶିକ୍ଷା ଶେଷ କରିବେ, ଆମେ ସେ ଦିଗରେ ବ୍ୟାପକ ଉଦ୍ୟମ ଚଳାଇଛୁ।

ନୂଆ କରି କ୍ଷମତାସୀନ ହୋଇଥିବା ତାଲିବାନ୍ ସରକାର କେବଳ ବାଳକ ଉଚ୍ଚ ବିଦ୍ୟାଳୟ ଖୋଲିବା ଏବଂ ପୁରୁଷ ଶିକ୍ଷକମାନେ ସ୍କୁଲ୍‌କୁ ଯିବା ପାଇଁ ଅନୁମତି ଦେଇଛି। ଶନିବାର ଠାରୁ ସପ୍ତମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାକୁ ଶିକ୍ଷା ମନ୍ତ୍ରାଳୟ କରିଥିବା ଘୋଷଣାନାମାରେ ଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ କଥା ଉଲ୍ଲେଖ ନାହିଁ। ସମସ୍ତ ପୁରୁଷ ଶିକ୍ଷକ ଏବଂ ଛାତ୍ର ସେମାନଙ୍କ ଶିକ୍ଷା ପ୍ରତିଷ୍ଠାନରେ ଯୋଗ ଦେଇପାରିବେ ବୋଲି ଏଥିରେ ଉଲ୍ଲେଖ ଅଛି।

ଆଫଗାନିସ୍ତାନରେ ଝିଅମାନଙ୍କର ସ୍କୁଲ୍ ଶିକ୍ଷା ବିଷୟରେ ଜାତିସଂଘ ମଧ୍ୟ ଚିନ୍ତା ପ୍ରକଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe