ତାମିଲନାଡ଼ୁରେ ମାସକରେ ୩ ଛାତ୍ରୀଙ୍କ ଆତ୍ମହତ୍ୟା

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

Deccan Herald

ଚେନ୍ନାଇ: ସୋମବାର ତାମିଲନାଡ଼ୁର କୁଡାଲୋର ଜିଲ୍ଲାରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଛି। ଏହାକୁ ମିଶାଇ ରାଜ୍ୟରେ ମାସକରେ ତିନିଜଣ ଛାତ୍ର/ଛାତ୍ରୀ ଆତ୍ମହତ୍ୟା କଲେଣି। ମାଆ ଗାଳି ଦେବାରୁ ଛାତ୍ରୀ ଜଣକ ମାନସିକ ବିଚଳିତ ଅବସ୍ଥାରେ ଥିଲା। ସୋମବାର ଘରେ କେହି ନ ଥିବା ବେଳେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା। ମଙ୍ଗଳବାର ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଆୟୋଜନ କଲାବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ପହଞ୍ଚିଥିଲା। ପୁଲିସ ଶବକୁ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଇବା ଏକ ସନ୍ଦେହଜନକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସୋମବାର ଭୋର୍‌ରେ ଆଉ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀ ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟର ଛାତ୍ରୀନିବାସ ପ୍ରକୋଷ୍ଠରେ ଆତ୍ମହତ୍ୟା କରିଥିବା ରିପୋର୍ଟ ମିଳିଛି। ଏହା ଘଟିଛି ତାମିଲନାଡ଼ୁର ତିରୁଭାଲୁର ଜିଲ୍ଲାରେ। ଏହା ଉପରେ ସିବି-ସିଆଇଡି ଓ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି। ଗତ ଜୁଲାଇ ୧୩ ତାରିଖରେ ଆଉ ଜଣେ ୧୨ଶ ଶ୍ରେଣୀ ଛାତ୍ରୀ କାଲାକୁରୁଚି ଜିଲ୍ଲାରେ ଆତ୍ମହତ୍ୟା କରିଥିଲା। ସ୍କୁଲ ପରିସରରେ ସନ୍ଦେହଜନକ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା। ଏହି ମାମଲା ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe