ଅଫିସର ନଥିବାରୁ ଓଡ଼ିଆରେ ପ୍ରକାଶପାଉନି ସମ୍ବିଧାନ

Advertisment
ଅଫିସର ନଥିବାରୁ ଓଡ଼ିଆରେ ପ୍ରକାଶପାଉନି ସମ୍ବିଧାନ

representetional immage - DAVP

ନୂଆଦିଲ୍ଲୀ: ଅଫିସର ନଥିବାରୁ ଓଡ଼ିଆ ଭାଷାରେ ଭାରତୀୟ ସମ୍ବିଧାନର ପ୍ରକାଶନ ଏବଂ ଅଦ୍ୟତନୀକରଣ (ଅପ୍‌ଡେସନ୍‌) କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନାହିଁ। ଓଡ଼ିଆ ଭାଷା ସମେତ ୧୫ଟି ଭାଷା ପାଇଁ ଏହି ସମସ୍ୟା ସୃଷ୍ଟି ହୋଇଛି। ଓଡ଼ିଆ ଭାଷାରେ ସମ୍ବିଧାନର ଅନୁବାଦ ପ୍ରଥମେ ୧୯୮୧ ମସିହାରେ ହୋଇଥିଲା ଓ ସେହି ସମୟରେ ଏହାର ୪୫ତମ ସଂଶୋଧନ ପର୍ଯ୍ୟନ୍ତ ଅଦ୍ୟତନୀକରଣ ହୋଇଥିଲା। ଆଇନ ଓ ନ୍ୟାୟ ବିଭାଗର ଅନୁଦାନ ଦାବି ସମ୍ପର୍କିତ ୧୩୦ତମ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି। ରିପୋର୍ଟକୁ ସଂସଦରେ ଉପସ୍ଥାପନ କରାଯାଇଛି।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ସମ୍ବିଧାନର ଅଷ୍ଟମ ଅନୁ‌ଚ୍ଛେଦରେ ଥିବା ୨୨ଟି ଭାଷାରୁ ୧୭ଟି ଭାଷାରେ ଭାରତର ସମ୍ବିଧାନ ଅନୁବାଦ ହୋଇଛି। ଏଥି ମଧ୍ୟରୁ ୯ଟି ଭାଷାରେ ଅଦ୍ୟତନୀକରଣ ହୋଇଛି। ଓଡ଼ିଆ ଭାଷ‌ା ସହ ୯ଟି ଭାଷାରେ ସମ୍ବିଧାନର ଅନୁବାଦ ଓ ପ୍ରକାଶନ କାର୍ଯ୍ୟ ଭାରତୀୟ କେନ୍ଦ୍ରୀୟ ଭାଷା ସଂସ୍ଥାନ (ସିଆଇଆଇଏଲ୍‌)କୁ ହସ୍ତାନ୍ତର କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ସମ୍ବିଧାନର ଅନୁବାଦ ଏବଂ ଅପଡେସନ୍‌ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଅନୁଦାନ ଦାବିର ୧୦୧, ୧୦୭ ଓ ୧୧୪ତମ ରିପୋର୍ଟରେ ସୁପାରିସ କରାଯାଇଥିଲା ବୋଲି ସଦ୍ୟତମ ରିପୋର୍ଟରେ ଦୋହରାଯାଇଛି। ଯୋଗ୍ୟ ପ୍ରାର୍ଥୀ ନମିଳିଲେ ସମ୍ବନ୍ଧିତ ଭାଷାର ଲୋକଙ୍କୁ ଠିକାରେ ନିଯୁକ୍ତି ପ୍ରଦାନ କରାଯାଇ ସମ୍ବିଧାନର ଅନୁବାଦ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe