Image Courtesy of The Hindu
ନୂଆଦିଲ୍ଲୀ: କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗର ଆନ୍ତର୍ଜାତିକୀକରଣ ପାଇଁ ପାକିସ୍ତାନ ଚଳାଇଥିବା ଉଦ୍ୟମକୁ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି ପଣ୍ଡ କରିଦେଇଛନ୍ତି। କାଶ୍ମୀର ପ୍ରସଙ୍ଗ ଜାତିସଂଘରେ ଆଗରୁ ଆଲୋଚିତ ହୋଇ ଆସିଛି ବୋଲି ପାକିସ୍ତାନ ଦାବି କରି ଆସୁଥିବା ବେଳେ ୧୯୬୫ ମସିହାରୁ ଅଦ୍ୟାବଧି ତାହା ଜାତିସଂଘରେ ପଡ଼ିନାହିଁ ବୋଲି ଶ୍ରୀ ତିରୁମୂର୍ତ୍ତି କହିଛନ୍ତି। ତେବେ ନିକଟରେ ଏ ସଂକ୍ରାନ୍ତ ହୋଇଥିବା ଏକ ରୁଦ୍ଧଦ୍ବାର ଆଲୋଚନାର ନିର୍ଯାସ ପଦାକୁ ଆସିନଥିବାରୁ ତାହା ମଧ୍ୟ ଆନୁଷ୍ଠାନିକ ନୁହେଁ ବୋଲି ସେ କହିଛନ୍ତି। ସେହିପରି ଏହା ଭାରତ ଓ ପାକିସ୍ତାନ ଭିତରର ଏକ ଦ୍ବିପାକ୍ଷିକ ପ୍ରସଙ୍ଗ ଏବଂ ଏଥିରେ ଅନ୍ୟ ତୃତୀୟ ପକ୍ଷ ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ଭାରତ ବାରମ୍ବାର କରି ଆସିଥିବା ଦାବିକୁ ଚୀନ୍ ବ୍ୟତୀତ ଅନ୍ୟ ସମସ୍ତ ରାଷ୍ଟ୍ର ସମର୍ଥନ କରୁଛନ୍ତି ବୋଲି ତିରୁମୂର୍ତ୍ତି ସ୍ପଷ୍ଟ କରିଛନ୍ତି।
Follow Us