ପ୍ରଥମ ପର୍ଯ୍ୟାୟ‌ରେ ୩୦କୋଟି ଲୋକଙ୍କୁ ଟିକା, ସରକାରଙ୍କ ଦ୍ବାରା ଚିହ୍ନଟ ପ୍ରକ୍ରିୟା‌ ଜାରି

Advertisment
୮୩ % ସ୍ବାସ୍ଥ୍ୟକର୍ମୀ ନେଲେଣି ଟିକା, ଆଜି ସରିବ ଟିକାକରଣର ବର୍ଦ୍ଧିତ ଅବଧି

Image Courtesy of NDTV

ନୂଆଦିଲ୍ଲୀ: କରୋନା ମହାମାରୀ ସହ ଲଢ଼ିବାପାଇଁ ସମଗ୍ର ବିଶ୍ବ ଟିକା ପ୍ରସ୍ତୁତି‌ରେ ଲାଗି ପଡ଼ିଥିବା ବେଳେ ଭାରତ ପ୍ରାୟ ୩୦ କୋଟି ପ୍ରାଥମିକ ଟିକା ହିତାଧିକାରୀଙ୍କୁ ଚିହ୍ନଟ କରୁଛି। ସ୍ବାସ୍ଥ୍ୟ କର୍ମୀଙ୍କଠାରୁ ଆରମ୍ଭ କରି ପୁଲିସ, ସଫେଇ କର୍ମଚାରୀ, ବୟସ୍କଙ୍କ ସମେତ ଅଧିକ ବିପଦରେ ଥିବା ଲୋକଙ୍କୁ ପ୍ରଥମେ ଟିକା ମିଳିବ। ପ୍ରାଥମିକ ପର୍ଯ୍ୟାୟରେ ୬୦ କୋଟି ଟିଜା ଡୋଜ୍‌ ଦେବାପାଇଁ ଆକଳନ କରାଯାଇଛି। ଟିକା ବ୍ୟବହାର ପାଇଁ ସ୍ବିକୃତୀ ପାଇଯିବା ପ‌ରେ ପ୍ରଥମେ କେଉଁମାନେ ଟିକା ପାଇବେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଛି। ତାଲିକାରେ ୪ଟି ଶ୍ରେଣୀ ରହିଛି। ଏଥି ଅଧୀନରେ ପ୍ରାୟ ୫୦-୭୦ ଲକ୍ଷ ସ୍ବାସ୍ଥ୍ୟକର୍ମୀ, ପୁଲିସ, ମ୍ୟୁନିସପାଲ୍‌ କର୍ମୀ ଏବଂ ସେନାବାହିନୀ ସହ ପ୍ରାୟ ୨ ‌କୋଟିରୁ ଅଧିକ ଆଗ ଧାଡ଼ିର ଯୋଦ୍ଧା, ୫୦ ବର୍ଷରୁ ଅଧିକ ବୟସର ପ୍ର‌ାୟ ୨୬ କୋଟି ଲୋକ ଏବଂ ୫୦ ବର୍ଷରୁ କମ୍‌ ବୟସର ଲୋକ ଯେଉଁମାନଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟ ସମସ୍ୟା ରହିଛି ସେମାନଙ୍କୁ ପ୍ରଥମେ ଟିକା ମିଳିବ।

ଭାରତରେ ଏବେ ୩ଟି ଟିକାର ମାନବୀୟ ପରୀକ୍ଷଣ ଚାଲିଛି। ଏଥିମଧ୍ୟରୁ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା ତୃତୀୟ ପର୍ଯ୍ୟାୟର ଅତି ଆଡଭାନ୍ସ ଷ୍ଟେଜ୍‌ରେ ଥିବାବେଳେ ପୁନେର ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଭାରତରେ ପରୀକ୍ଷା ଜାରି ରଖିଛି। ଅନ୍ୟପକ୍ଷେ ସରକାର ନିକଟରେ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ତଥ୍ୟ ପ୍ରାୟ ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ୭୦ ଲକ୍ଷ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ମିଳିବ। ଏଥିରେ ୧୫ ଲକ୍ଷ ନର୍ସ‌୍, ୭ ଲକ୍ଷ ଏଏନ୍‌ଏମ୍‌ , ୧୦ ଲକ୍ଷ ଆଶା କର୍ମଚ‌ାରୀ ମଧ୍ୟ ଅଛନ୍ତି। ୨ କୋଟି ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୪୫ ଲକ୍ଷ ପୁଲିସ, ଦେଢ଼କୋଟି ପୌର କର୍ମଚାରୀ ଏବଂ ସେନାବାହିନୀର ୧୫ ଲକ୍ଷ ସଦସ୍ୟ ମଧ୍ୟ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe