Times of India
ନୂଆଦିଲ୍ଲୀ: ୨୦୨୧ ଜୁଲାଇରୁ ଭାରତୀୟ ରେଳବାଇ ପ୍ରତି ତିନି ଦିନରେ ଜଣେ ‘ଅଣ-ପ୍ରଦର୍ଶନକାରୀ ବା ଦୁର୍ନୀତିଗ୍ରସ୍ତ ଅଧିକାରୀ’ଙ୍କୁ ଚାକିରିରୁ ବିଦା କରିଥିବା ଜଣାପଡ଼ିଛି। ଗତ ୧୬ ମାସ ଭିତରେ ୧୩୯ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୩୮ ଜଣଙ୍କୁ ବହିଷ୍କାର କରାଯାଇଛି। ଆଜି (ବୁଧବାର) ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ହାଇଦ୍ରାବାଦରେ ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ଗିରଫ କରିଥିବା ବେଳେ ଆଉ ଜଣଙ୍କୁ ୩ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ରାଞ୍ଚିରେ ଗିରଫ କରାଯାଇଛି।
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସ୍ପଷ୍ଟ ବାର୍ତ୍ତା ହେଉଛି ‘ଠିକ୍ଭାବେ କାମ କର, ନ ହେଲେ ଚାକିରି ଛାଡ଼’ (ପରଫର୍ମ ଅର୍ ପେରିସ୍)। କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ରୁଲ ୫୬(ଜେ)କୁ କାର୍ଯ୍ୟକାରୀ କରୁଛି ରେଳବାଇ। ଏହି ନିୟମ ଅନୁସାରେ ଅଣ-ପ୍ରଦର୍ଶନକାରୀ ସରକାରୀ କର୍ମଚାରୀଙ୍କୁ ସର୍ବନିମ୍ନ ୩ ମାସର ନୋଟିସ ବା ଦରମା ଦେଇ ବାଧ୍ୟତାମୂଳକ ଅବସର (ସିଆର୍ଏସ୍) ଦିଆଯାଇ ପାରିବ। ଅଶ୍ବିନୀ ବୈଷ୍ଣବ ଜୁଲାଇ ୨୦୨୧ରୁ ଦାୟିତ୍ବ ନେବା ପରଠାରୁ ଠିକ୍ଭାବେ କାମ କରିବା ଅଥବା ସ୍ବେଚ୍ଛାକୃତ ଅବସର (ଭିଆର୍ଏସ୍) ନେଇ ଘରେ ବସିବା ପାଇଁ କର୍ମଚାରୀ/ଅଫିସରମାନଙ୍କୁ ବାରମ୍ବାର କହିଆସୁଛନ୍ତି। ତାହା ନ କରି ଯେଉଁମାନେ କାମ କରୁନାହାନ୍ତି ବା ଦୁର୍ନୀତିରେ ବୁଡ଼ି ରହୁଛନ୍ତି, ସେମାନଙ୍କୁ ବାଛିବାଛି ଚାକିରିରୁ ବିଦା କରାଯାଉଛି।
Follow Us