ଲୋକସଭାରେ ୭ ସ୍ବାଧୀନ, ୧୦ କୌଣସି ମେଣ୍ଟର ନୁହନ୍ତି

Advertisment
ଲୋକସଭାରେ ୭ ସ୍ବାଧୀନ, ୧୦ କୌଣସି ମେଣ୍ଟର ନୁହନ୍ତି

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନରେ ଅଧିକାଂଶ ଦଳ ଏନ୍‌ଡିଏ କିମ୍ବା ଇଣ୍ଡିଆ ମେଣ୍ଟରେ ଅଛନ୍ତି। ତେବେ ଅଷ୍ଟାଦଶ ଲୋକସଭାକୁ ନିର୍ବାଚିତ ହୋଇଥିବା ୧୭ ଜଣ ସାଂସଦଙ୍କ ମଧ୍ୟରୁ ୧୦ ଜଣ କୌଣସି ମେଣ୍ଟ ସହ ଜଡ଼ିତ ନୁହନ୍ତି। ସେମାନଙ୍କ ମଧ୍ୟରୁ ୪ ସାଂସଦ ୱାଇ ଏସ୍‌ ଜଗନ ମୋହନ ରେଡ୍ଡିଙ୍କ ୱାଇଏସ୍‌ଆରସିପି ଦଳର। ୱାଇଏସଆରସିପି ଏନଡିଏ କିମ୍ବା ଇଣ୍ଡିଆ କୌଣସି ମେଣ୍ଟ ସହ ଜଡ଼ିତ ନୁହେଁ। ୬ଟି ଦଳରୁ ଜଣେ ଲେଖାଏଁ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେମାନେ କୌଣସି ମେଣ୍ଟ ସହ ଜଡ଼ିତ ନୁହନ୍ତି। ଏହି ଦଳ ଗୁଡ଼ିକ ହେଉଛି ଶିରୋମଣି ଅକାଳି ଦଳ, ଏଆଇଏମଆଇଏମ୍‌, ଆଜାଦ ସମାଜ ପାର୍ଟି, ଭାରତ ଆଦିବାସୀ ପାର୍ଟି, ଜୋରାମ ପିପୁଲ୍ସ ମୁଭମେଣ୍ଟ ଏବଂ ଭଏସ ଅଫ୍‌ ଦି ପିପୁଲ୍ ପାର୍ଟି। ଲୋକସଭାକୁ ନିର୍ବାଚିତ ହୋଇଥିବା ୭ ଜଣ ସ୍ବାଧୀନ ସାଂସଦ ହେଉଛନ୍ତି ବିହାର ପୁର୍ନିଆର ରାଜେଶ ରଂଜନ ଓରଫ ପପ୍ପୁ ଯାଦବ, ସାଙ୍ଗଲିରୁ ପ୍ରକାଶବାପୁ ପାଟିଲ, ଖଦୁର ସାହିବରୁ ଅମୃତପାଲ ସିଂହ, ଫରିଦ‌କୋଟରୁ ସରବଜିତ ସିଂହ ଖଲସା, ଡାମନ ଏବଂ ଡିୟୁରୁ ଉମେଶଭାଇ ବାବୁଭାଇ ପଟେଲ, ବାରମୁଳାରୁ ଅବଦୁଲ ରଶିଦ ଶେଖ ଏବଂ ଲଦାଖରୁ ମହମ୍ମଦ ହନିଫା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe