The Guardian Nigeria
ମୁମ୍ବାଇ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଅଧିକାରୀ ପରିଚୟ ଦେଇ ଛୋଟା ସକିଲଙ୍କ ଭିଣୋଇ ସଲିମ କ୍ୟୁରେଶିଙ୍କଠାରୁ ୫୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ୩୦ ବର୍ଷୀୟ ବିଶାଲ କାଲେ ବୋଲି ଜଣାପଡିଛି। ଚୋରା ଚାଲାଣକାରୀ ତଥା ଗ୍ୟାଙ୍ଗଷ୍ଟର ସଲିମ କ୍ୟୁରେଶି ଓରଫ ସଲିମ ଫ୍ରୁଟ ଏନ୍ଆଇଏ ଗିରଫଦାରୀକୁ ଏଡ଼ାଇବାରେ ସାହାଯ୍ୟ କରିବା ପାଇଁ ବିଶାଲକୁ ୫୦ ଲକ୍ଷ ଟଙ୍କା ଦେଇଥିଲେ।
ଗତ ମାସରେ ଏନ୍ଆଇଏ ଅଧିକାରୀମାନେ ଲସ୍କର-ଇ-ତୋଏବା ସଦସ୍ୟ ଏବଂ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ହୋଇଥିବା ମାମଲା ସଂପର୍କରେ ପଚରା ଉଚରା ପାଇଁ ସଲିମ ଫ୍ରୁଟକୁ ଏକାଧିକ ଥର ଡକାଇଥିଲେ। ଗିରଫ କରାଯିବା ଆଶଙ୍କା କରି ସଲିମ ବିଶାଲଙ୍କ ସହ ଯୋଗାଯୋଗ କରିଥିଲେ। ସଲିମ ନିଜକୁ ଏନ୍ଆଇଏ ଅଧିକାରୀ ଦେବରାଜ ସିଂ ବୋଲି ପରିଚୟ ଦେଇଥିଲେ।
Follow Us