ବ୍ରିଟେନ୍‌ରେ ମଙ୍କିପକ୍ସ ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଆରମ୍ଭ

Advertisment
ଭାରତର ପ୍ରଥମ ମଙ୍କିପକ୍ସ ମୃତ୍ୟୁ, ୟୁଏଇରେ ଚିହ୍ନଟ ହେବା ପରେ କେରଳ ଫେରିଥିଲେ

Euronews

ଲଣ୍ଡନ: କରୋନା ପରେ ଏବେ ବିଶ୍ବରେ ମଙ୍କିପକ୍ସ ଭୂତାଣୁ ନୂଆ ଆତଙ୍କ ସୃଷ୍ଟି କରିଛି । ୧୨ଟି ରାଷ୍ଟ୍ରରେ ଏହି ଭୂତାଣୁ ପହଞ୍ଚି ସାରିଥିବା ବେଳେ ବ୍ରିଟେନ୍‌ରେ ଏବେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି। ବ୍ରିଟେନ୍‌ ସ୍ବାସ୍ଥ୍ୟ ବିଭାଗ ଏହାକୁ ନେଇ ହାଇଆଲର୍ଟ ଜାରି କରିଛି। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ମଙ୍କିପକ୍ସ ଭୂତାଣୁର ଦ୍ରୁତ ପ୍ରସାର ହେଉଛି ବୋଲି ବ୍ରିଟେନ୍‌ର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ସୁସାନ୍‌ ହାପ୍‌କିନ୍ସ କହିଛନ୍ତି। ଏହି ଭୂତାଣୁର ସାମାନ୍ୟ ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରିବା ଜରୁରୀ ବୋଲି ସେ କହିଛନ୍ତି। ବ୍ରିଟେନରେ ପ୍ରଥମେ ଗତ ୭ ତାରିଖ ଦିନ ମଙ୍କିପକ୍ସର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା। ସଂକ୍ରମିତ ବ୍ୟକ୍ତି ନାଇଜେରିଆ ଯାତ୍ରାରୁ ଫେରିବା ପରେ ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଥିଲେ। ଏବେ ଏହି ଭୂତାଣୁ ୟୁରୋପ ଏବଂ ଉତ୍ତର ଆମେରିକାରେ ମଧ୍ୟ ବ୍ୟାପିବାରେ ଚାଲିଛି। ବ୍ରିଟେନ୍‌ରେ ଏବେ ୨୦ରୁ ଅଧିକ ମାମଲା ଚିହ୍ନଟ ହୋଇଥିବାରୁ ଟ୍ରାକିଂ ଉପରେ ସରକାର ସର୍ବାଧିକ ପ୍ରାଥମିକତା ଦେଇଛନ୍ତି।

ମଙ୍କିପକ୍ସ ଚିକେନପକ୍ସ ଭଳି ହେଉଥିଲେ ମଧ୍ୟ ଏଥିରେ ଭିନ୍ନ ଧରଣର ଭାଇରାଲ ସଂକ୍ରମଣ ହୋଇଥାଏ। ଏହି ଭାଇରସ୍‌ ପ୍ରଥମେ ୧୯୫୮ରେ ଏକ ମାଙ୍ଗଡ଼ଠାରେ ଦେଖିବାକୁ ମିଳିଥିଲା ଏବଂ ୧୯୭୦ରେ ପ୍ରଥମ ଥର ପାଇଁ ମନୁଷ୍ୟ ଶରୀରକୁ ଆସିଲା। ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କୁ ଜ୍ବର ହେବା ସହ ଶରୀରର ବିଭିନ୍ନ ସ୍ଥାନାରେ ଗଣ୍ଠି ଭଳି ଫଳିଯାଏ ଏବଂ ମାଂସପେଶୀରେ ଯନ୍ତ୍ରଣା ହୁଏ। ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ଏହି ଭୂତାଣୁର ଲକ୍ଷଣ ଶରୀରରେ ଦେଖିବାକୁ ମିଳିଥାଏ। ଏହି ଭୂତାଣୁଜନିତ ମୃତ୍ୟୁହାର ୩ରୁ ୬ ପ୍ରତିଶତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe