ଆମେରିକାରେ କରୋନା ମୃତ୍ୟୁ ୧୦ ଲକ୍ଷ ଟପିଲା: ୟୁରୋପ୍‌ରେ ୨୦ ଲକ୍ଷ କରୋନା ମୃତ୍ୟୁ

Advertisment

ଉତ୍ତର କୋରିଆରେ ପ୍ରଥମ ମାମଲା ଚିହ୍ନଟ

ଉତ୍ତର କୋରିଆରେ ପ୍ରଥମ ମାମଲା ଚିହ୍ନଟ

୩ ମାସରେ ସର୍ବନିମ୍ନ; ଦେଶରେ ୪,୪୧୭ କରୋନା ଆକ୍ରାନ୍ତ ଚିହ୍ନଟ

Jansatta

ନୂଆଦିଲ୍ଲୀ: ବିଶ୍ବରେ ସବୁଠି କୋଭିଡ୍‌ ସଂକ୍ରମଣ କମୁଛି। କେବଳ ଆମେରିକା ଏବଂ ଆଫ୍ରିକାରେ ସଂକ୍ରମଣ ବଢ଼ୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହି ସୂଚନା ଦେଇଛି। ମଙ୍ଗଳବାର ଦିନ ଜାରି ହୋଇଥିବା ‘ହୁ’ର ସାପ୍ତାହିକ ମହାମାରୀ ରିପୋର୍ଟ ଅନୁଯାୟୀ ବିଶ୍ବ‌ରେ ୩.୫ ନିୟୁତ ନୂଆ ସଂକ୍ରମଣ ଏବଂ ୨୫ ହଜାର ନୂଆ ମୃତ୍ୟୁ ଚିହ୍ନଟ ହୋଇଛି। ଏହି ସପ୍ତାହରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ଯଥାକ୍ରମେ ୧୨ ଏବଂ ୨୫ ପ୍ରତିଶତ କମିଛି। କିନ୍ତୁ ଆମେରିକା ଏବଂ ଆଫ୍ରିକାରେ ଏହି ସପ୍ତାହରେ ସଂକ୍ରମଣ ଯଥାକ୍ରମେ ୧୪ ଏବଂ ୧୨ ପ୍ରତିଶତ ବଢ଼ିଛି। ଇତି ମଧ୍ୟରେ ୟୁରୋପ‌ରେ କରୋନା ମୃତ୍ୟୁ ୨୦ ଲକ୍ଷ ଟପିଯାଇଛି।

ଆମେରିକାରେ କରୋନା ମୃତ୍ୟୁ ୧୦ ଲକ୍ଷ ଟପିଛି। ସମଗ୍ର ବିଶ୍ବରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫୧୯ ନିୟୁତ। ଅନ୍ୟପକ୍ଷେ ମହାମାରୀ ଆରମ୍ଭ ଠାରୁ ଏଯାବତ ବିଶ୍ବରେ ୬.୨୫ ନିୟୁତରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଆମେରିକାରେ କରୋନା ମୃତ୍ୟୁ ୧୦ ଲକ୍ଷ ଟପି ଯାଇଛି। କରୋନାର ଉପପ୍ରଜାତି ପାଇଁ ଆମେରିକାରେ ସଂକ୍ରମଣ ହାର ପୁଣିଥରେ ବଢ଼ିଛି। ଅନ୍ୟପକ୍ଷେ ଉତ୍ତର କୋରିଆରେ ପ୍ରଥମ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ ଅତି କଠୋର କଟକଣା ଘୋଷଣା କରିଛନ୍ତି। ଚୀନ୍‌ରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି। ସାଂଘାଇ ଏବେ ହଟସ୍ପଟ୍‌ ପାଲଟିଛି। ସାଂଘାଇରେ ବୁଧବାର ଦିନ ୧୪୪୯ ନୂଆ ମାମଲା ଚିହ୍ନଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe