ରାଜ୍ୟପାଳଙ୍କ ଫୋନ୍‌ ଉଠାଇଲେ ନାହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Advertisment
ରାଜ୍ୟପାଳଙ୍କ ଫୋନ୍‌ ଉଠାଇଲେ ନାହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Zee News

କୋଲକାତା: ପଶ୍ଚିମବଙ୍ଗର ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ଶୁକ୍ରବାର କହିଛନ୍ତି, ସେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ନେଇ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ କରିଥିଲେ କିନ୍ତୁ ତାଙ୍କ ତରଫରୁ କୌଣସି ଜବାବ ମିଳିନାହିଁ। ତ୍ରିପାଠୀ ଆହତ ଜୁନିଅର ଡାକ୍ତର ପରିବାହ ମୁଖୋପାଧ୍ୟାୟଙ୍କୁ ହସ୍ପିଟାଲ୍‌ରେ ଭେଟିଛନ୍ତି।

ମୁଖୋପାଧ୍ୟାୟଙ୍କ ଅବସ୍ଥା ସଂପର୍କରେ ଅବଗତ ହେବା ପରେ ରାଜ୍ୟପାଳ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ଉଦ୍ୟମ କରିଛି। ମୁଁ ତାଙ୍କୁ ଫୋନ୍‌ କରିଛି। ଏଯାଏଁ ତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସେ ଯଦି ମୋତେ ଫୋନ୍‌ କରିବେ ତା’ ହେଲେ ଏବିଷୟରେ ଆଲୋଚନା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe