ଯେସାକୁ ତେସା: ୩୦ରୁ ଊର୍ଦ୍ଧ୍ବ ୟୁରୋପୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ ରୁଷ୍‌

ଶକ୍ତିଶାଳୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ରୁଷ୍‌; ଶତ୍ରୁ ଏବେ ପଙ୍ଗା ନେବାକୁ ଦୁଇଥର ଚିନ୍ତା କରିବେ: ପୁଟିନ

Image Courtesy of NDTV

ମସ୍କୋ: ୟୁକ୍ରେନ୍‌ରେ ରୁଷ୍‌ର ସାମରିକ ଅଭିଯାନ ଯୋଗୁଁ ପାଶ୍ଚାତ୍ୟ ଓ ୟୁରୋପୀୟ ରାଷ୍ଟ୍ରସଂଘ ଜାରି କରିଥିବା କଟକଣାରେ ଉତ୍‌କ୍ଷିପ୍ତ ହୋଇଥିବା ରୁଷ୍‌ ୩ଟି ୟୁରୋପୀୟ ଦେଶର ୩୧ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ ବୋଲି ମଙ୍ଗଳବାର ଦିନ କହିଛି।

ସେହି ଅନୁସାରେ, ରୁଷୀୟ ବୈଦେଶିକ ମନ୍ତ୍ରାଳୟ ନେଦର୍‌ଲାଣ୍ଡ୍‌ର ୧୫ଜଣ କୂଟନୀତିଜ୍ଞଙ୍କୁ ‘ଅଗ୍ରହଣୀୟ ବ୍ୟକ୍ତି’ ବୋଲି ଘୋଷଣା କରି ରୁଷ୍‌ ଛାଡ଼ି ଚାଲିଯିବାକୁ ୨ ସପ୍ତାହ ସମୟ ଦେଇଛି।

ଗତ ମାସରେ ୨୧ଜଣ ରୁଷୀୟ ଦୂତଙ୍କୁ ବହିଷ୍କାର କରିଥିବା ବେଲ୍‌ଜିୟମ୍‌ ପ୍ରତି ମଧ୍ୟ ରୁଷ୍‌ ଏକାଧରଣର ନିଷ୍ପତ୍ତି ଗ୍ରହଣ କରିଛି। ବେଲ୍‌ଜିୟମ୍‌ ବୈଦେଶିକ ମନ୍ତ୍ରାଳୟ ଗଣମାଧ୍ୟମକୁ କହିଛି ଯେ, ରୁଷ୍‌ ବେଲ୍‌ଜିୟମ୍‌ର ୧୨ଜଣ କୂଟନୀତିଜ୍ଞଙ୍କୁ ବିଦା କରିବ।

publive-image Image Courtesy of The Economic Times

ରୁଷ୍‌ର ଏତାଦୃଶ ନିଷ୍ପତ୍ତିକୁ ବେଲ୍‌ଜିୟମ୍‌ ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ ଏବଂ ଭିତ୍ତିହୀନ ବୋଲି କହିଛି। ଏହାଦ୍ବାରା, ବରଂ ଆନ୍ତର୍ଜାତିକ କୂଟନୀତିରେ ରୁଷ୍‌ ଏକେଲା ହୋଇଯିବ ସେ କହିଛି।

ସେହିପରି, ୪ଜଣ ଅଷ୍ଟ୍ରୀୟ କୂଟନୀତିଜ୍ଞଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ମସ୍କୋ ରବିବାର ପର୍ଯ୍ୟନ୍ତ ସମୟ ଦେଇଛି।

କିନ୍ତୁ, ମସ୍କୋର ୪୦ଜଣ ଦୂତଙ୍କୁ ବିଦା କରିବା ଲାଗି ଜର୍ମାନି ଏବଂ ଫ୍ରାନ୍ସ୍‌ର ନିଷ୍ପତ୍ତି ବିପକ୍ଷରେ ରୁଷ୍‌ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଅର୍ଥାତ୍‌ ନିକଟ ଭବିଷ୍ୟତରେ ରୁଷ୍‌ ଆହୁରି ଅଧିକ କୂଟନୀତିଜ୍ଞମାନଙ୍କୁ ବିଦା କରିବାର ସମ୍ଭାବନା ରହିଛି।

ଏହା ବ୍ୟତିରେକେ, କ୍ଷୁଦ୍ର ୟୁରୋପୀୟ ଦେଶ ଲକ୍ସେମ୍‌ବର୍ଗ ମଧ୍ୟ ମସ୍କୋ ରାଷ୍ଟ୍ରଦୂତଙ୍କୁ ନିଜ ଦେଶରୁ ବିଦା କରି ଦେଇଛି। ତେଣୁ, ମଙ୍ଗଳବାର ଦିନ ମସ୍କୋ ଲକ୍ସେମ୍‌ବର୍ଗର ରାଷ୍ଟ୍ରଦୂତଙ୍କୁ ଡକାଇ ଚେତାବନୀ ଦେଇଥିବା କଥା କୁହାଯାଉଛି। ସମ୍ଭବତଃ, ମସ୍କୋ ଲକ୍ସେମ୍‌ବର୍ଗର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe