ଦେଖନ୍ତୁ ଭିଡିଓ: ଇଂଲଣ୍ଡ୍‌ର କଞ୍ଜର୍‌ଭେଟିଭ୍‌ ପାର୍ଟିର ନିର୍ବାଚନ ପ୍ରଚାର ପାଇଁ ହିନ୍ଦୀ ଗୀତ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ

ଦେଖନ୍ତୁ ଭିଡିଓ: ଇଂଲଣ୍ଡ୍‌ର କଞ୍ଜର୍‌ଭେଟିଭ୍‌ ପାର୍ଟିର ନିର୍ବାଚନ ପ୍ରଚାର ପାଇଁ ହିନ୍ଦୀ ଗୀତ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ

Image Source: Hindustan Times

ଲଣ୍ଡନ୍‌: ଗୁରୁବାର ଦିନ ଇଂଲଣ୍ଡରେ ହେବାକୁ ଥିବା ଭୋଟ୍‌ ଗ୍ରହଣର ଅବ୍ୟବହିତ ପୂର୍ବରୁ ଭାରତୀୟ ଭୋଟ୍‌ଦାତାମାନଙ୍କର ସମର୍ଥନ ପାଇବାକୁ କଞ୍ଜର୍‌ଭେଟିଭ୍‌ ପାର୍ଟି ରିଲିଜ୍‌ କରିଥିବା ହିନ୍ଦୀ ଗୀତର ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ରହିଛି।

‘ବୋରିସ୍‌ କୋ ହମେ ଜିତାନା ହୈ’ ହିନ୍ଦୀ ଗୀତର ଭିଡିଓରେ କେବଳ ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି, ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ହାଇ କମିସନର୍‌ ରୁଚି ଘନଶ୍ୟାମ ମଧ୍ୟ ଦିଶୁଛନ୍ତି। କିଛିବର୍ଷ ହେବ କଞ୍ଜର୍‌ଭେଟିଭ୍‌ ପାର୍ଟି ବିଜେପି ସହ ଘନିଷ୍ଠତର ହୋଇ ଆସୁଛି।

୧. ୫ ନିୟୁତ ଭାରତୀୟ ସମ୍ପ୍ରଦାୟଙ୍କ ଭୋଟ୍‌ ପାଇବାକୁ ୨୦୧୫ରେ ପ୍ରଥମେ କଞ୍ଜର୍‌ଭେଟିଭ୍‌ ପାର୍ଟିର ଡେଭିଡ୍‌ କାମେରୁନ୍‌ ଏଭଳି ଉଦ୍ୟମ ଆରମ୍ଭ କରିଥିଲେ। ତାଙ୍କ ପରେ ୨୦୧୭ରେ ତେରେସା ମେ ମଧ୍ୟ ଏ ଭଳି ଅନ୍ୟ ଏକ ଭିଡିଓ ରିଲିଜ୍‌ କରିଥିଲେ।

ପୂର୍ବରୁ ମଧ୍ୟ କଞ୍ଜର୍‌ଭେଟିଭ୍‌ ପାର୍ଟି ନିର୍ବଚନୀ ପ୍ରଚାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ବ୍ୟବହାର କରିଛି, କିନ୍ତୁ ପ୍ରଥମ ଥର ପାଇଁ ଏଥର ଏଥିରେ ଭାରତୀୟ ଦୂତଙ୍କ ଫଟୋ ବ୍ୟବହାର ହୋଇଛି। ସେପ୍ଟେମ୍ବର ମାସରେ ଲେବର୍‌ ପାର୍ଟି କଶ୍ମୀର ଉପରେ ଗୋଟାଏ ପ୍ରସ୍ତାବନା ଗୃହୀତ କରିଥିବାରୁ ତାହାକୁ ଭାରତ ବିରୋଧୀ ଦୃଷ୍ଟିରେ ଦେଖି ‘ଇଣ୍ଡିଆ ହାଉସ୍‌’ ତା’ଠାରୁ ଦୂରେଇ ରହିଛି।

୧. ୪୦ ମିନିଟ୍‌ର କଞ୍ଜର୍‌ଭେଟିଭ୍‌ ପାର୍ଟିର ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe