ଉତ୍ତରପ୍ରଦେଶରେ ପାକିସ୍ତାନୀ ମହିଳା ହୋଇଛନ୍ତି ଗାଁ ମୁଖିଆ, ପୁଲିସର ତନାଘନା

Advertisment
ଉତ୍ତରପ୍ରଦେଶରେ ପାକିସ୍ତାନୀ ମହିଳା ହୋଇଛନ୍ତି ଗାଁ ମୁଖିଆ, ପୁଲିସର ତନାଘନା

Arab News

ଆଗ୍ରା : ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ ହୋଇଛି। ଜଣେ ପାକିସ୍ତାନୀ ମହିଳା ଏକ ଗ୍ରାମର ମୁଖିଆ ହୋଇଛନ୍ତି ଏବଂ ଗ୍ରାମ ପଞ୍ଚାୟତ ପରିଚାଳନା କରୁଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୀର୍ଘ ଦିନ ଧରି ଉତ୍ତରପ୍ରଦେଶରେ ଭିସାରେ ଥିବା ଏହି ପାକିସ୍ତାନୀ ମହିଳା କିଭଳି ଆଧାର କାର୍ଡ ଏବଂ ଭୋଟର୍‌ ଆଇଡି ପାଇଲେ ତାହା ଜାଣିବାପାଇଁ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି। ସମ୍ପୃକ୍ତ ମହିଳାଙ୍କ ବିରୋଧରେ ପୁଲିସ ଏକ ଏତଲା ରୁଜୁ କରିଛି। ବାନୋ ବେଗମ୍‌ ନାମ୍ନୀ ଏହି ୬୫ ବର୍ଷୀୟା ମହିଳା ୩୫ ବର୍ଷ ପୂର୍ବେ ପାକିସ୍ତାନର କରାଚି ସ୍ଥିତ ତାଙ୍କ ନିଜ ଘରୁ ଚାଲି ଆସି ଏଟାରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହିଥିଲେ। ପରେ ସେ ସେଠାକାର ଜଣେ ସ୍ଥାନୀୟ ବ୍ୟକ୍ତି ଅଖତାର ଅଲିଙ୍କୁ ବିବାହ କରିଥିଲେ। ସେ‌ବେଠାରୁ ସେ ଏଟାରେ ରହୁଥିଲେ ଏବଂ ଅନେକ ଥର ଭାରତୀୟ ନାଗରିକତା ପାଇଁ ଆବେଦନ କରିଥିଲେ।

୨୦୧୫ ପୌର ନିର୍ବାଚନ ସମୟରେ ସେ ଗୁଆଡଉ ଗ୍ରାମ ପଞ୍ଚାୟତ ସଦସ୍ୟ ନିର୍ବାଚିତ ହୋଇଥିଲେ। ୫ ବର୍ଷ ପରେ ଚଳିତ ଜାନୁଆରି ୯ରେ ଗ୍ରାମ ପ୍ରଧାନ ଶେହନାଜ୍‌ ବେଗମ୍‌ଙ୍କ ମୃତ୍ୟୁ ହୋଇଗଲା। ଏହାର କିଛି ଦିନ ପରେ ବାନୋ ଗାଁ କମିଟିର ସୁପାରିସକ୍ରମେ ଅନ୍ତରୀଣ ପ୍ରଧାନ ଭାବେ ଦାୟିତ୍ବ ନେଲେ। ତେବେ ଜଣେ ଗ୍ରାମବାସୀ ବାନୋ ଜଣେ ପାକିସ୍ତାନୀ ନାଗରିକ ବୋଲି ଅଭିଯୋଗ କରିଥିଲେ। ଯଦିଓ ବାନୋ ଏହାପ‌ରେ ତାଙ୍କ ପଦବିରୁ ଇସ୍ତଫା ଦେଇଥିଲେ ଜିଲ୍ଲା ପଞ୍ଚାୟତି ରାଜ ଅଧିକାରୀ (ଡିଆର୍‌ଡିଓ) ଆଲୋକ ପ୍ରିୟଦର୍ଶୀ ଏହି ପ୍ରସଙ୍ଗ ଏଟା ଜିଲ୍ଳାପାଳ ଶୁଖଲାଲ୍‌ ଭାରତୀଙ୍କ ସହ ଉଠାଇଥିଲେ। ଡିଆର୍‌ଡିଓ ପ୍ରିୟଦର୍ଶୀ କହିଛନ୍ତି, ବାନୋଙ୍କ ବିରୋଧରେ ଥିବା ଅଭିଯୋଗ ଆଧାରରେ ତଦନ୍ତ ପରେ ଜଣାପଡ଼ି‌ଲା ଯେ, ସେ ଜଣେ ପାକିସ୍ତାନୀ ଏବଂ ଜାଲ୍‌ କରି ଆଧାର କାର୍ଡ ଏବଂ ଭୋଟର୍‌ ଆଇଡି ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe