ଉତ୍ତରପ୍ରଦେଶରେ ଟିକାକରଣ ୧୦ କୋଟି ଟପିଲା: ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କଲେ ଯୋଗୀ

ରାଜ୍ୟର ୮୫% ହିତାଧିକାରୀ ନେଲେଣି ପ୍ରଥମ ଡୋଜ୍

Image Courtesy of Money Control

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଆଜି ଟିକାକରଣରେ ଏକ ବଡ଼ ସଫଳତା ହାସଲ କରିଛି। ଉତ୍ତରପ୍ର‌ଦେଶରେ ଆଜି କୋଭିଡ୍‌ ଟିକାକରଣ ୧୦ କୋଟି ଟପିଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସଫଳତା ପାଇଁ ସ୍ବାସ୍ଥ୍ୟ କର୍ମୀ ଏବଂ ଉତ୍ତରପ୍ରଦେଶର ନାଗରିକଙ୍କୁ ପ୍ରଶଂସା କରିଛନ୍ତି। ଯୋଗୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ଅକ୍ଳାନ୍ତ ଉଦ୍ୟମ ଦ୍ବାରା ରାଜ୍ୟରେ ଟିକାକରଣ ୧୦ କୋଟି ଟପିଯାଇଛି। ଏହି ସଫଳତା ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ସମର୍ପିତ ବୋଲି ଯୋଗୀ କହିଛନ୍ତି। ଉତ୍ତରପ୍ରଦେଶ ଟିକାକରଣରେ ଭାରତରେ କିଛି ରାଜ୍ୟଠାରୁ ଆଗରେ ନାହିଁ ବରଂ ଏହା ସମଗ୍ର ବିଶ୍ବରେ କିଛି ରାଷ୍ଟ୍ରମାନଙ୍କଠାରୁ ଟିକାକରଣରେ ଆଗରେ ରହିଛି। ଖୁବ୍‌ଶୀଘ୍ର ରାଜ୍ୟରେ ସମସ୍ତଙ୍କ ଟିକାକରଣ କରାଯିବ ବୋଲି ଯୋଗୀ କହିଛନ୍ତି। ଉତ୍ତରପ୍ରଦେଶ ସରକାର କହିଛନ୍ତି, ଜନଗଣନା ଅନୁଯାୟୀ ରାଜ୍ୟରେ ୧୫ କୋଟି ଲୋକ ଟିକା ନେବାପାଇଁ ଯୋଗ୍ୟ। ଏମାନଙ୍କ ମଧ୍ୟରୁ ୮,୧୫,୨୫,୫୪୭ ଜଣ ତଥା ୫୪.୩୩ ପ୍ରତିଶତ ଲୋକ ପ୍ରଥମ ଡୋଜ୍‌ ନେଇଥିବାବେଳେ ୧,୮୫,୧୦,୬୮୮ ଜଣ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe