‘ଜି୨୦’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ମାନବ ଅଧିକାର ଓ ଅବାଧ ଗଣମାଧ୍ୟମ ପ୍ରସଙ୍ଗ ଉଠାଇଲି: ଭିଏତ୍‌ନାମ୍‌ରେ କହିଲେ ବାଇଡେନ୍‌

Advertisment
‘ଜି୨୦’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ମାନବ ଅଧିକାର ଓ ଅବାଧ ଗଣମାଧ୍ୟମ ପ୍ରସଙ୍ଗ ଉଠାଇଲି: ଭିଏତ୍‌ନାମ୍‌ରେ କହିଲେ ବାଇଡେନ୍‌

Image Courtesy of India Today

ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ମାନବ ଅଧିକାର ପ୍ରତି ସମ୍ମାନ, ନାଗରିକ ସଙ୍ଗଠନର ଭୂମିକା ଏବଂ ଅବାଧ ଗଣମାଧ୍ୟମ ସମେତ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିଥିବା କଥା ରବିବାର ଦିନ ଭିଏତ୍‌ନାମ୍‌ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।

ସୂଚନାଯୋଗ୍ୟ,  ନୂଆଦିଲ୍ଲୀରେ ଆୟୋଜିତ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେଇ ରବିବାର ଦିନ ସରକାରୀ ଗସ୍ତରେ ଭିଏତ୍‌ନାମ୍‌ ଯାଇଥିବା ବାଇଡେନ୍‌ ସାମ୍ବାଦିକ ସମ୍ମିଳନୀରେ ଏ କଥା କହିଛନ୍ତି।

ହାନୋଇରେ ସାମ୍ବାଦିକମାନଙ୍କୁ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ମୁଁ ସବୁବେଳେ ଯାହା କହେ-  ମାନବ ଅଧିକାର ପ୍ରତି ସମ୍ମାନର ଗୁରୁତ୍ବ, ସାମାଜିକ ସଙ୍ଗଠନଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ଓ ଅବାଧ ଗଣମାଧ୍ୟମ ଏବଂ ସୁଦୃଢ଼ ଓ ସମୃଦ୍ଧ ଦେଶ ଗଠନ ବିଷୟ ମୋଦୀଙ୍କ ଆଗରେ ଉଠାଇଛି। ଏହାଛଡ଼ା, ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ବି ସମ୍ପାଦନ କରିଛୁ।

publive-image Image Courtesy of Oneindia News

ବାଇଡେନ୍‌ଙ୍କର ଉପରୋକ୍ତ ଟିପ୍ପଣୀକୁ ଆଧାର କରି କଂଗ୍ରେସ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କୁ ସମାଲୋଚନା କରିଛି। ଦଳର ନେତା ଜୟରାମ ରମେଶ ‘ଏକ୍ସ’ କରି ଲେଖଛନ୍ତି: ‘ନା, ସାମ୍ବାଦିକ ସମ୍ମିଳନୀ କରିବି, ନା କରାଇ ଦେବି’ର କୌଣସି ପ୍ରଭାବ ରହିଲା ନାହିଁ। ଭାରତରେ ମୋଦୀଙ୍କୁ ମୁହେଁ ମୁହେଁ ଯାହା କହିଲେ, ଭିଏତ୍‌ନାମ୍‌ରେ ବାଇଡେନ୍‌ ସେ କଥା ସାମ୍ବାଦିକମାନଙ୍କୁ କହିଲେ।

ସୂଚନାଯୋଗ୍ୟ, ପୂର୍ବରୁ ରମେଶ ଅଭିଯୋଗ କରିଥିଲେ ଯେ, ଗଣମାଧ୍ୟମ ସହିତ ଆଲୋଚନା କରିବା ପାଇଁ ଦିଲ୍ଲୀରେ ବାଇଡେନ୍‌ ଟିମ୍‌କୁ ଅନୁମତି ମିଳି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe