ୟୁକ୍ରେନ୍‌ ଆକ୍ରମଣ କରିଥିବାରୁ ବିଶ୍ବ ଅଦାଲତରେ ରୁଷ୍‌ ବିପକ୍ଷରେ ଭୋଟ୍‌ ଦେଲେ ଭାରତୀୟ ବିଚାରପତି

Advertisment
ୟୁକ୍ରେନ୍‌ ଆକ୍ରମଣ କରିଥିବାରୁ ବିଶ୍ବ ଅଦାଲତରେ ରୁଷ୍‌ ବିପକ୍ଷରେ ଭୋଟ୍‌ ଦେଲେ ଭାରତୀୟ ବିଚାରପତି

Image Courtesy of NDTV

ନୂଆଦିଲ୍ଲୀ: ୟୁକ୍ରେନ୍‌ ଆକ୍ରମଣ ବନ୍ଦ କରିବା ଲାଗି ବୁଧବାର ଦିନ ଜାତିସଂଘର ସର୍ବୋଚ୍ଚ ନ୍ୟାୟାଳୟ (ଇଣ୍ଟର୍‌ନ୍ୟାସ୍‌ନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌) ରୁଷ୍‌କୁ ଆଦେଶ ଦେଇଥିବା ବ‌େଳେ ଭାରତର ବିଚାରପତି ଦଳବୀର ଭଣ୍ଡାରୀ ମଧ୍ୟ ରୁଷ୍‌ ବିରୋଧରେ ଭୋଟ୍‌ ଦେଇଛନ୍ତି। ଯୁଦ୍ଧ ବନ୍ଦ କରିବା ଲାଗି ରୁଷ୍‌ ବିପକ୍ଷରେ ୧୩ଜଣ ବିଚାରପତି ଭୋଟ୍‌ ଦେଇଥିବା ବେଳେ ସପକ୍ଷରେ ଭୋଟ୍‌ ଦେଇଥିଲେ ୨ଜଣ ବିଚାରପତି। ଏହି ୨ଜଣ ବିଚାରପତି ହେଲେ ରୁଷ୍‌ର ବିରାପତି କିରିଲ୍‌ ଗେଭୋର୍‌ଜିଆନ୍‌ ଏବଂ ଚୀନାର ବିଚାରପତି ସୁଏ ହାନ୍‌କ୍ବିନ୍।

ଭାରତ ସରକାରଙ୍କ ପୂର୍ଣ୍ଣ ସମର୍ଥନରେ ଜଷ୍ଟିସ୍‌ ଭଣ୍ଡାରୀ ‘ଆଇସିଜେ’କୁ ମନୋନୀତ ହେବା ସହ ବିଭିନ୍ନ ସମୟରେ କେତେଗୁଡ଼ିଏ ମିସନ୍‌ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି। ସମ୍ପ୍ରତି ବିଶ୍ବ ଅଦାଲତରେ ବିଚାରପତି ଦଳବୀର ଭଣ୍ଡାରୀଙ୍କର ଦ୍ବିତୀୟ ପାଳି ଚାଲିଛି। ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ତାଙ୍କର ପ୍ରଥମ ପାଳି ଚାଲିଥିଲା। ‘ଆଇସିଜେ’ରେ ଦ୍ବିତୀୟ ପାଳି ପାଇଁ ଭାରତ ତାଙ୍କୁ ଇଂଲଣ୍ଡ୍‌ର ବିଚାରପତି ପ୍ରାର୍ଥୀ ଗ୍ରିନ୍‌ଉଡ୍‌ଙ୍କ ବିପକ୍ଷରେ ଠିଆ କରାଇଥିଲା। ଏବଂ ସେ ଗ୍ରିନ୍‌ଉଡ୍‌ଙ୍କୁ ପରାସ୍ତ କରିଥିଲେ।

publive-image Image Courtesy of India Today

କିନ୍ତୁ, ରୁଷ୍‌ ବିରୋଧରେ ଜଷ୍ଟିସ୍‌ ଭଣ୍ଡାରୀଙ୍କ ମତଦାନ ରୁଷ୍-ୟୁକ୍ରେନ୍‌ ସମସ୍ୟା ଉପରେ ତାଙ୍କ ବ୍ୟକ୍ତିଗତ ବିଚାରଧାରା ଉପରେ ପର୍ଯ୍ୟବେଶିତ। ଆନ୍ତର୍ଜାତିକ ସ୍ତରରେ ତାହା ଭାରତର ଆଭିମୁଖ୍ୟକୁ ପ୍ରତିପାଦନ କରୁନାହିଁ।

ସୂଚନାଯୋଗ୍ୟ, ୟୁକ୍ରେନ୍‌-ରୁଷ୍‌ ମାମଲାରେ ଭାରତ ଜାତିସଂଘ ସୁରକ୍ଷା ପରିଷଦ୍‌ ବୈଠକ ଆଗତ କରିଥିବା ମତଦାନରୁ ନିବୃତ୍ତ ରହିବା ସହ ବୁଝାମଣା କରି ସମସ୍ୟା ସମାଧାନ କରିବା ଲାଗି ଉଭୟ ପକ୍ଷଙ୍କୁ ଅନୁରୋଧ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe