ବୀରଭୂମ ଭଳି ଘଟଣା ଗୁଜରାଟ, ୟୁପିରେ ସାଧାରଣ: ମମତା

ଅପରାଧୀଙ୍କୁ ପ୍ରୋତ୍ସାହନ ଦେଲେ ଲୋକେ କ୍ଷମା ଦେବେନି: ମୋଦୀ

ବୀରଭୂମ ଭଳି ଘଟଣା ଗୁଜରାଟ, ୟୁପିରେ ସାଧାରଣ: ମମତା

India Today

କୋଲକାତା ବୀରଭୂମ ହିଂସା ମାମଲାରେ ତୃଣମୂଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ଆଜି ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ବର୍ବର ହିଂସାକୁ ମମତା କଡ଼ା ନିନ୍ଦା କରିବା ବଦଳରେ ଗୁଜରାଟ, ୟୁପି ଓ ବିହାର ଭଳି ରାଜ୍ୟରେ ଏଭଳି ଘଟଣା ସାଧାରଣ ବୋଲି ସେ କହିଛନ୍ତି। ରାମପୁରହାଟ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ ମମତା କହିଛନ୍ତି ଯେ ହିଂସା ମାମଲାରେ ସରକାର ତତ୍କାଳ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତାକାଲି ସେ ହିଂସାଗ୍ରସ୍ତ ଅଂଚଳକୁ ଯିବେ। ତାଙ୍କ ସରକାର ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମବଂଗରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ କଂଗ୍ରେସ ଦାବି କରିଛି।

ଅପରାଧୀଙ୍କୁ ପ୍ରୋତ୍ସାହନ ଦେଲେ ଲୋକେ କ୍ଷମା ଦେବେନି: ମୋଦୀ
ନୂଆଦିଲ୍ଲୀ: ପଶ୍ଚିମବଂଗର ବୀରଭୂମ ଅଂଚଳରେ ଶାସକ ଦଳ ଟିଏମ୍‌ସିର କର୍ମମାନଙ୍କ ଦ୍ବାରା ଘଟାଯାଇଥିବା ବର୍ବର ହିଂସା ମାମଲାରେ ପ୍ରଧାନମନ୍ତ୍ରୀ ଦୁଃଖ ବ୍ୟକ୍ତ କରିଛନ୍ତି। ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଦୋଷୀମାନଙ୍କୁ ଦଣ୍ଡ ଦେବା ଦିଗରେ ଉଚିତ ବ୍ୟବସ୍ଥା କରିବେ ବୋଲି ଆଶା ରଖୁଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ମଧ୍ୟ ସହାୟତା କରିବେ। ତେବେ ଏଭଳି ହିଂସା ଘଟାଉଥିବା ଅପରାଧୀମାନଙ୍କୁ ଯେଉଁମାନେ ପ୍ରୋତ୍ସାହନ ଦେବେ ସେମାନଙ୍କୁ ଜନସାଧାରଣ କଦାପି କ୍ଷେମା ଦେବେନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe