ମହିଳାଙ୍କୁ କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ସ୍ଥାନ ଦେବାକୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ପତ୍ର ଲେଖିଲେ ଜାତୀୟ ମହିଳା କମିଶନ

ମହିଳାଙ୍କୁ କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ସ୍ଥାନ ଦେବାକୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ପତ୍ର ଲେଖିଲେ ଜାତୀୟ ମହିଳା କମିଶନ

Indian Express

ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନିକଟକୁ ଏକ ପତ୍ର ଲେଖି ତାଙ୍କ କ୍ୟାବିନେଟରେ ଅନ୍ତତଃ ପକ୍ଷେ ଜଣେ ମହିଳାଙ୍କୁ ମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନିଜର ଯେଉଁ କ୍ୟାବିନେଟ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି ସେଥିରେ ଜଣେ ହେଲେ ବି ମହିଳା ସ୍ଥାନ ପାଇ ନାହାନ୍ତି। ଏ ଘଟଣା ଲିଙ୍ଗଗତ ଅସାମନତା ସହ ଲିଙ୍ଗଗତ ବୈଷମ୍ୟ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିବା ସହ ଏହାକୁ ଦୂର କରିବା ପାଇଁ ସମ୍ବିଧାନର ୨୩୯(୫) ଧାରାକୁ ସଂଶୋଧନ କରି ଅନ୍ତତଃ ପକ୍ଷେ ଜଣେ ମହିଳାଙ୍କୁ କ୍ୟାବିନେଟରେ ସ୍ଥାନ ଦେବାକୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ନିର୍ଦ୍ଦେଶ ଦେବାକୁ ଏକ ଆବେଦନ ଜାତୀୟ ମହିଳା କମିଶନଙ୍କ ନିକଟକୁ ଆସିଥିଲା।

publive-image Indian Express

ଏହି ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନିକଟକୁ ଏକ ପତ୍ର ଲେଖି ତାଙ୍କ କ୍ୟାବିନେଟରେ ଅନ୍ତତଃ ପକ୍ଷେ ଜଣେ ମହିଳାଙ୍କୁ ମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe