ପୂର୍ବତନ ‘ଏନ୍‌ଏସ୍‌ଇ’ ଏମ୍‌.ଡି. ଚିତ୍ରା ରାମକୃଷ୍ଣାଙ୍କ ଘରେ ଆୟକର ବିଭାଗ ଚଢ଼ାଉ

Advertisment
ପୂର୍ବତନ ‘ଏନ୍‌ଏସ୍‌ଇ’ ଏମ୍‌.ଡି. ଚିତ୍ରା ରାମକୃଷ୍ଣାଙ୍କ ଘରେ ଆୟକର ବିଭାଗ ଚଢ଼ାଉ

Image Courtesy of Zee News

ଆୟକର ବିଭାଗର ତଦନ୍ତକାରୀ ଶାଖା ପୂର୍ବତନ ‘ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌’ର (ଏନ୍‌ଏସ୍‌ଇ) ପରିଚାଳନା ନିର୍ଦେଶିକା ଚିତ୍ରା ରାମକୃଷ୍ଣାଙ୍କ ଚେନ୍ନାଇ ଓ ମୁମ୍ବାଇରେ ଥିବା ଘରେ ଚଢ଼ାଉ କରିଛି।

‘ଏନ୍‌ଏସ୍‌ଇ’ର ମୁଖ୍ୟ ଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସହ ଗୁରୁତ୍ବପୂର୍ଣ୍ଣ ସୂଚନା ସେୟାର୍‌ କରିଥିବା ସଂକ୍ରାନ୍ତରେ ତାଙ୍କୁ ଓ ତାଙ୍କର ପୂର୍ବତନ ଉପଦେଷ୍ଟାଙ୍କୁ ଫେବ୍ରୁଆରି ୧୧ ତାରିଖରେ ‘ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ (ସେବି) କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ପରଠାରୁ ସ‌େ ବିବାଦୀୟ ହୋଇପଡ଼ିଥିଲେ। ‘ଚିଫ୍‌ ଷ୍ଟ୍ରଟେଜିକ୍‌ ଅଫିସର୍‌’ ଭାବେ ଆନନ୍ଦ ସୁବ୍ରମଣିୟାନ୍‌ଙ୍କ ନିଯୁକ୍ତି ବେଳେ ଅନିୟମିତତା କାରଣରୁ ‘ସେବି’ ତାଙ୍କ ଉପରେ ୩ କୋଟି ଟଙ୍କା ଜରିମାନା କରିଛି।

publive-image Image Courtesy of Udayvani

ପ୍ରାପ୍ତ ସୂଚନା ଅନୁସାରେ, ‘ସେବି’ ଆଦେଶ ଜାରି ହେବା ପରେ ଆଜି ସକାଳେ ଆରମ୍ଭ ହୋଇଥିବା ଏହି ଚଢ଼ାଉର ଆୟକର ବିଭାଗର ମୁମ୍ବାଇ ଶାଖା ନେତୃତ୍ବ ନେଇଛି।

ଅଜ୍ଞାତ ବ୍ୟକ୍ତିଜଣକ ହେଉଛନ୍ତି ହିମାଳୟର ବାସ କରୁଥିବା ଜଣେ ଯୋଗୀ। ରାମକୃଷ୍ଣାଙ୍କ ଅଫିସ ଇମେଲ୍‌ରେ ଉକ୍ତ ଯୋଗୀଙ୍କ ନିକଟକୁ ସୂଚନା ସେୟାର୍‌ ହେଉଥିଲା ଏବଂ ଯୋଗୀ ମଧ୍ୟ ଅନୁରୂପ ଭାବେ ପ୍ରତ୍ୟୁତ୍ତର ଦେଉଥିଲେ। ଏକଥା ପୂର୍ବରୁ ରାମକୃଷ୍ଣା ସ୍ବୀକାର କରିଥିଲେ।

ରାମକୃଷ୍ଣା ଏବଂ ଅନ୍ୟମାନଙ୍କର ଟିକସ ପରିମାଣ ଫାଙ୍କି ଏବଂ ଆର୍ଥିକ ଅନିୟମିତା ଜାଣିବା ଉଦ୍ଦେଶ୍ୟରେ ତଲାସ ଚାଲିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୩ ଏପ୍ରିଲ୍‌ ରୁ ୨୦୧୬ ଡିସେମ୍ବର ପର୍ଯ୍ୟନ୍ତ ରାମକୃଷ୍ଣ ‘ଏନ୍‌ଏସ୍‌ଇ’ର ‘ଏମ୍‌ଡି’ ଏବଂ ‘ସିଇଓ’ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe