ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ରେଡ୍‌’ରେ ଟଙ୍କା ଲଗାଇଥିବା ବ୍ୟକ୍ତିଙ୍କ ଘରେ ଆୟକର ଚଢ଼ଉ, ଧରା ପଡ଼ିଲା ୧୦୦କୋଟିର ଟ୍ୟାକ୍ସ ଚୋରି

Advertisment
ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ରେଡ୍‌’ରେ ଟଙ୍କା ଲଗାଇଥିବା ବ୍ୟକ୍ତିଙ୍କ ଘରେ ଆୟକର ଚଢ଼ଉ, ଧରା ପଡ଼ିଲା ୧୦୦କୋଟିର ଟ୍ୟାକ୍ସ ଚୋରି

jansatta.com

ନୂଆଦିଲ୍ଲୀ : କିଛି ଦିନ ତଳେ ରିଲିଜ ହୋଇଥିଲା ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ୍‌’ । ଏହି ଫିଲ୍ମରେ ଅଜୟ ଦେବଗନ ଜଣେ ସଚ୍ଚୋଟ ପୁଲିସ ଅଫିସର ଭୂମିକା ନିଭାଇ ଥିଲେ। ଏହି ଅଫିସର ଜଣେ ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ଘରେ ଆୟକର ଚଢ଼ଉ କରାଇଥିଲେ। ଏବେ ଅସଲ ଜୀବନରେ ‘ରେଡ୍‌’ର ପ୍ରଯୋଜନା ସହ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କ ସହ ସେଭଳି କିଛି ଘଟିଥିବା ଖବର ମିଳିଛି । ଅଜୟଙ୍କ ଏହି ଫିଲ୍ମରେ ଅର୍ଥ ଲଗାଇଥିବା ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ଉ କରି ୧୦୦କୋଟି ଟଙ୍କାର ଟ୍ୟାକ୍ସ ଠକେଇର ପର୍ଦ୍ଦାଫାସ୍‌ କରିଥିବା ଜଣାପଡ଼ିଛି । ଏହା ସହ କୋଟି କୋଟି ଟଙ୍କାର ସୁନା ଗହଣା ମଧ୍ୟ ଜବତ କରିଥିବା ଖବର ମିଳିଛି । ନିଜ ପ୍ରଯୋଜିତ ଫିଲ୍ମରେ ଲୋକମାନଙ୍କୁ ଆୟକର ଦେବା ପାଇଁ ଫିଲ୍ମ ମାଧ୍ୟମରେ କହୁଥିବା ବ୍ୟକ୍ତି ନିଜେ ହିଁ ଟ୍ୟାକ୍ସ ଚୋରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

publive-image India TV

ସୂଚନା ମୁତାବକ, ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ରହୁଥିବା ଆନନ୍ଦ ପ୍ରକାଶ ଜଣେ ଲୁହା ବ୍ୟବସାୟୀ । ଆନନ୍ଦଙ୍କର ଆନନ୍ଦ ମୁଭିଜ୍‌ ନାମକ ଏକ ଫିଲ୍ମ କମ୍ପାନି ଥିବା ଜଣା ପଡ଼ିଥିବା ବେଳେ ଏହି କମ୍ପାନି ଫିଲ୍ମ ‘ରେଡ୍‌’ର ପ୍ରଯୋଜନା ଲାଗି ଟଙ୍କା ଲଗାଇଥିଲା । ସୋମବାର ଆୟକର ବିଭାଗ ଆନନ୍ଦଙ୍କ ୧୭ଟି କମ୍ପାନି ଉପରେ ଚଢ଼ଉ କରି ଜାଣିବାକୁ ପାଇଛି କି ଆନନ୍ଦ କେବଳ ୬ଟି କମ୍ପାନି ପାଇଁ ଆୟକର ଦେଉଥିଲେ । ଏସବୁ ଜଣା ପଡ଼ିବା ପରେ ମିଳିଥିବା ଟଙ୍କା ଏବଂ ସୁନା ଗହଣାକୁ ସିଲ୍‌ କରାଯାଇଥିବା ବେଳେ ‘ରେଡ୍‌’ ଫିଲ୍ମରେ କେତେ ଟଙ୍କା ଲଗାଇଥିଲେ ଏବଂ କେତେ ଆୟ ହୋଇଥିଲା ସେ ନେଇ ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe