କୁମାରସ୍ବାମୀଙ୍କ ବିରୋଧରେ ଅଭିଯୋଗ: ଆୟକର ଅଧିକାରୀଙ୍କୁ ଧମକାଉଛନ୍ତି

Advertisment
କୁମାରସ୍ବାମୀଙ୍କ ବିରୋଧରେ ଅଭିଯୋଗ: ଆୟକର ଅଧିକାରୀଙ୍କୁ ଧମକାଉଛନ୍ତି

www.thenewsminute.com

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଆୟକର ବିଭାଗ। କୁମାରସ୍ବାମୀ ଆୟକର ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି ଏବଂ ସେମାନଙ୍କୁ ଧମକ ଦେଉଛନ୍ତି ବୋଲି ଆୟକର ବିଭାଗ ପକ୍ଷରୁ ଅଭିଯୋଗ ହୋଇଛି ଏବଂ ତାଙ୍କ ବିରୋଧରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଏକ ଚିଠି ଲେଖି ଦାବି କରାଯାଇଛି। କୁମାରସ୍ବାମୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ବର, ଏବଂ ଅନ୍ୟ କେତେକ ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଆୟକର ବିଭାଗ।
ଉଲ୍ଲେଖଯୋଗ୍ୟ କର୍ଣ୍ଣାଟକରେ ମନ୍ତ୍ରୀ ପୁଟ୍ଟରାଜୁଙ୍କ ବାସଭବନରେ ଆୟକର ଚଢ଼ଉକୁ ବିରୋଧ କରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ଏବଂ ଅନ୍ୟ ରାଜ୍ୟ ମନ୍ତ୍ରୀମାନେ ଗତ ମାର୍ଚ୍ଚ ୨୮ରେ ଆୟକର ଅଫିସ୍‌ ବାହାରେ ଆନ୍ଦୋଳନ କରିଥିଲେ। ସେମାନେ ଦାବି କରିଥିଲେ ଯେ ସରକାର ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକୁ ବିରୋଧୀ ଦଳଙ୍କ ବିରୋଧରେ ବ୍ୟବହାର କରୁଛନ୍ତି। ତେବେ ଏହି ଆନ୍ଦୋଳନକକୁ ଅତି ଗମ୍ଭୀରତାର ସହ ନେଇଛି ଆୟକର ବିଭାଗ। ଆନ୍ଦୋଳନରେ ଯେଉଁମାନେ ସାମିଲ ଥିଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe