ତାମିଲନାଡୁ: ‘ଭି ଭି ମିନେରାଲ୍‌ସ୍‌’ କମ୍ପାନିର ୧୦୦ଟି ସ୍ଥାନରେ ଆୟକର ବିଭାଗର ଚଢ଼ାଉ

ତାମିଲନାଡୁ: ‘ଭି ଭି ମିନେରାଲ୍‌ସ୍‌’ କମ୍ପାନିର ୧୦୦ଟି ସ୍ଥାନରେ ଆୟକର ବିଭାଗର ଚଢ଼ାଉ

ଚେନ୍ନାଇ: ଗୁରୁବାର ସକାଳେ ଆୟକର ବିଭାଗର ଅଧିକାରୀମାନେ ତିରୁନେଲବେଲିର ମାଇନିଙ୍ଗ୍‌ କମ୍ପାନି ‘ଭି ଭି ମିନେରାଲ୍‌ସ୍‌’ର ପ୍ରାୟ ୧୦୦ଟି ପରିସରରେ ତଲାସ ଆରମ୍ଭ କରିଛନ୍ତି।

ପ୍ରତ୍ୟୁଷରୁ ଆରମ୍ଭ ହୋଇଥିବା ଏହି ତଲାସରେ ଶହ ଶହ ଆୟକର ବିଭାଗ କର୍ମଚାରୀ କମ୍ପାନିର ପରିଚାଳନା ନିର୍ଦେଶକ ଏସ୍‌ ବୈଗୁଣ୍ଡରାଜନ ଏବଂ ତାଙ୍କ ସହକାରୀଙ୍କୁ ଘେରି ଯାଇଥିଲେ। ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ତଲାସ ଚାଲିଛି।

ବୈଗୁଣ୍ଡରାଜନଙ୍କ ମାଲିକାନାରେ ଥିବା ଏକ ଟେଲିଭିଜନ୍‌ ଚାନେଲ୍‌ ପରିସରରେ ମଧ୍ୟ ଆୟକର ବିଭାଗ ତଲାସ କରୁଛି।

ଜଣେ ବରିଷ୍ଠ ଆୟକର ତଦନ୍ତକାରୀ ଅଧିକାରୀ କହିଛନ୍ତି: ଭି ଭି ମିନେରାଲ୍‌ ଏବଂ ତାହାର ସହକାରୀ କମ୍ପାନି ସବୁ ଟିକସ ଫାଙ୍କିବା ସହ ଆୟବହିର୍ଭୂତ ସମ୍ପତ୍ତି ରଖିଥିବା ବିଷୟରେ ଆମକୁ ଖବର ମିଳିଛି।

ଜବତ ହୋଇଥିବା ନଗଦ ଅର୍ଥ, କାଗଜପତ୍ର ଏବଂ ଅନ୍ୟାନ୍ୟ ଜିନିଷ ବିଷୟରେ ସନ୍ଧ୍ୟା ବେଳକୁ ଜଣାଇ ଦିଆଯିବ।

ଦେଶର ଅନ୍ୟତମ ବୃହତ୍‌ ଗାର୍ନେଟ୍‌ ରପ୍ତାନିକାରୀ କମ୍ପାନି ହେଉଛି ଭି ଭି ମିନେରାଲ୍‌।

ବୈଗୁଣ୍ଡରାଜନ ଶାସକ ଏଆଇଏଡିଏମ୍‌କେ ଏବଂ ତାହାର ନେତୃବୃନ୍ଦଙ୍କର ଅତି ଘନିଷ୍ଠ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe