Deccan Herald
ନୂଆଦିଲ୍ଲୀ: ଇସ୍ପାତ ସାମଗ୍ରୀ ଉତ୍ପାଦନ ଓ ବ୍ୟବସାୟ ସହ ଜଡ଼ିତ ଓଡ଼ିଶାର ୩ଟି ଶିଳ୍ପସଂସ୍ଥା ଉପରେ ଚଳିତ ମାସ ୩ ତାରିଖରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ଉ କରାଯାଇଛି। ରାଉରକେଲାରେ ଆୟକର ବିଭାଗ ପକ୍ଷରୁ କରାଯାଇଥିବା ଚଢ଼ଉରେ ୧୭୦ କୋଟି ଟଙ୍କାର କଳାଧନ ଠାବ କରାଯାଇଛି। ରାଉରକେଲା ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ୩ଟି ଶିଳ୍ପସଂସ୍ଥା ଦୁଇଟି ଆର୍ଥିକ ବର୍ଷରେ ୧୭ଟି ଜାଲ୍ ସଂସ୍ଥାଠାରୁ ୧୭୦ କୋଟି ଟଙ୍କାର କଞ୍ଚାମାଲ କ୍ରୟ କରିଥିବା ଦର୍ଶାଇ ମିଥ୍ୟା କାଗଜପତ୍ର ଜରିଆରେ ୧୭୦ କୋଟି ଟଙ୍କାର ଟିକସ ଫାଙ୍କି କରିବା ସହ କଳାଧନ ଜମା କରିଥିଲେ। ଆଜି ସିବିଡିଟି (କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ) ପକ୍ଷରୁ ଜାରି ଏକ ବିବୃତିରେ ଏହି ସୂଚନା ଦିଆଯାଇଛି।
Follow Us