Advertisment

ହଲଦିରାମ କମ୍ପାନିର ମାଲିକଙ୍କ ବାସଭବନ ଉପରେ ଆୟକର ବିଭାଗର ଚଢ଼ାଉ; ନଗଦ ୧୦ କୋଟି ସମେତ ବିପୁଳ ସ୍ୱର୍ଣ୍ଣ ଅଳଙ୍କାର ଜବତ

Advertisment
ହଲଦିରାମ କମ୍ପାନିର ମାଲିକଙ୍କ ବାସଭବନ ଉପରେ ଆୟକର ବିଭାଗର ଚଢ଼ାଉ; ନଗଦ ୧୦ କୋଟି ସମେତ ବିପୁଳ ସ୍ୱର୍ଣ୍ଣ ଅଳଙ୍କାର ଜବତ

କୋଲକାତା/ ନୂଆଦିଲ୍ଲୀ: ଭାରତର ପ୍ୟାକେଟ୍‌ ସ୍ନାକ୍ସ ବଜାରରେ ନିଜସ୍ୱ ପରିଚୟ ସୃଷ୍ଟି କରି ପାରିଥିବା ହଲଦିରାମ କମ୍ପାନିର ମାଲିକଙ୍କ କୋଲକତା ସ୍ଥିତ ଘର ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟକର ବିଭାଗ ପକ୍ଷରୁ କରାଯାଇଥିବା ଏହି ଚଢ଼ାଉ କାଳରେ ଅଧିକରୀମାନେ ନଗଦ ୧୦ କୋଟି ଟଙ୍କା ସମେତ ବିପୁଳ ପରିମାଣର ସ୍ୱର୍ଣ୍ଣ ଅଳଙ୍କାର ଜବତ କରିଥିବା ଜାଣିବାକୁ ମିଳିଛି।
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଟିକସ ଫାଙ୍କି ଘଟଣାରେ ସଂପୃକ୍ତ ଥିବା ସଂପର୍କରେ ଗୁଇନ୍ଦା ବିଭାଗ ସୂତ୍ରରୁ ଖବର ପାଇବା ପରେ ଗତକାଲି ଆୟକର ବିଭାଗ ପକ୍ଷରୁ ହଲଦିରାମ କମ୍ପାନିର ମାଲିକ ପ୍ରଭୁଜୀ ଅଗ୍ରଓ୍ଵାଲଙ୍କ କୋଲକାତାସ୍ଥିତ ବାସଭବନ ସମେତ ଅନ୍ୟ ୨୬ଟି ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉକାଳରେ ଆୟକର ବିଭାଗର ଅଧିକାରୀମାନେ ପ୍ରଭୁଜୀ ଅଗ୍ରଓ୍ଵାଲଙ୍କ ବାସଭବନରୁ ନଗଦ ୧୦ କୋଟି ଟଙ୍କା ସମେତ ବିପୁଳ ପରିମାଣର ସୁନା ଓ ହୀରା ଅଳଙ୍କାର ସମେତ ୮୦କିଲୋ ରୂପାକୁ ମଧ୍ୟ ଜବତ କରିଥିବା ଜାଣିବାକୁ ମିଳିଛି। ଏହାବାଦ ତାଙ୍କର ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନରୁ ଆୟକର ବିଭାଗ ଅଧିକାରୀମାନେ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଜବତ କରିଥିବା ଜାଣିବାକୁ ମିଳିଛି। ଜବତ ହୋଇଥିବା ସଂପତ୍ତିର ଏବେ ଆକଳନ ଚଳାଇଛି ଆୟକର ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe