ଡୋଲୋ-୬୫୦ ଔଷଧ ନିର୍ମାତାଙ୍କ ଉପରେ ଆୟକର ଚଢ଼ଉ

Advertisment
ବୀମା କଂପାନିକୁ ଆୟକର ନୋଟିସ୍‌

Deccan Herald

ବେଙ୍ଗାଲୁରୁ : ଲୋକପ୍ରିୟ ଔଷଧ ଡୋଲୋ ୬୫୦ ପ୍ରସ୍ତୁତ କରୁଥିବା ସଂସ୍ଥା ମାଇକ୍ରୋ ଲ୍ୟାବ୍‌ସ ଲିମିଟେଡ୍‌ର କାର୍ଯ୍ୟଳୟରେ ଆୟକର ବିଭାଗ ଚଢ଼ଉ କରିଛି। ଆୟକର ବିଭାଗର ୨୦ ଜଣ ଅଧିକାରୀଙ୍କୁ ନେଇ ପ୍ରସ୍ତୁତ ଟିମ୍ ‌ରେସ୍ କୋର୍ସ ରୋଡ୍‌ରେ ଥିବା କଂପାନି କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ପ୍ରାୟ ୨୦୦ ଅଧିକାରୀଙ୍କୁ ନେଇ ଗଠନ କରାଯାଇଥିବା ଟିମ୍‌ ନୂଆଦିଲ୍ଲୀ, ସିକିମ, ପଂଜାବ, ତାମିଲନାଡୁ ଓ ଗୋଆର ୪୦ରୁ ଅଧିକ ସ୍ଥାନରେ ଚଢ଼ଉ କରିଛନ୍ତି। କଂପାନିର ସିଏମ୍‌ଡି ଦିଲ୍ଲୀପ ସୁରଣା ଓ ନିର୍ଦେଶକ ଆନନ୍ଦ ସୁରଣାଙ୍କ ସମ୍ପତ୍ତିରେ ମଧ୍ୟ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜତବ ହୋଇଛି।

କଂପାନି ବିରୋଧରେ ଟିକସ ଠକେଇ ଅଭିଯୋଗ ରହିଛି। କୋଭିଡ୍‌ ମହାମାରୀ ବ୍ୟାପିବା ପରଠାରୁ କଂପାନି ୩୫୦ କୋଟି ଟାବଲେଟ୍‌ ବିକ୍ରି କରି ୪୦୦ କୋଟି ଟଙ୍କାର ରାଜସ୍ବ ହାସଲ କରିଥିଲା। ଏହା ସମସ୍ତ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ଦେଇଛି। ଡୋଲୋ ବିକ୍ରି ରେକର୍ଡ ଟପିଛି। ଜେରକ୍ସ ଓ ବିସ୍‌ଲେରି ଭଳି ଡୋଲୋ-୬୫୦ ନିଜ ବର୍ଗର ପରିଚୟରେ ପରିଣତ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe