ନୂଆଦିଲ୍ଲୀ : ସରକାର ଆଜି ଆୟକର ରିଟର୍ଣ୍ଣ ଦାଖଲ ଅବଧି ମାସେ ବୃଦ୍ଧି କରିଛନ୍ତି। ୨୦୧୮-୧୯ ଆକଳନ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ଜୁଲାଇ ୩୧ ଥିବା ବେଳେ ଏହାକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ଵିଟ୍ ଜରିଆେରେ ଏହି ସୂଚନା ଦିଆଯାଇଛି। ନିର୍ଧାରିତ ସମୟ ମଧ୍ୟରେ ଆୟକର ରିଟର୍ଣ୍ଣ ଦାଖଲ ନକଲେ ଚଳିତବର୍ଷ ଜରିମାନା ଦେବାର ବ୍ୟବସ୍ଥା କରାଯାଇଛି। ନିର୍ଧାରିତ ତାରିଖ ପରେ ଏବଂ ଡିସେମ୍ବର ୩୧ ପୂର୍ବରୁ ରିଟର୍ଣ୍ଣ ଦାଖଲ କଲେ ୫ ହଜାର ଟଙ୍କା ଏବଂ ଡିସେମ୍ବର ୩୧ ପରେ ରିଟର୍ଣ୍ଣ ଦାଖଲ କଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us