ତେଜିଲା ଆଇଏନ୍‌ଏସ୍‌ ବିରାଟ ବିବାଦ, ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବଙ୍କ ସମର୍ଥନରେ ବାହାରିଲା କଂଗ୍ରେସ

Advertisment

ମୋଦୀ ବାୟୁସେନା ବିମାନକୁ ଟାକ୍ସି ଭଳି ବ୍ୟବହାର କରିଛନ୍ତି

ମୋଦୀ ବାୟୁସେନା ବିମାନକୁ ଟାକ୍ସି ଭଳି ବ୍ୟବହାର କରିଛନ୍ତି

ତେଜିଲା ଆଇଏନ୍‌ଏସ୍‌ ବିରାଟ ବିବାଦ, ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବଙ୍କ ସମର୍ଥନରେ ବାହାରିଲା କଂଗ୍ରେସ

ନୂଆଦିଲ୍ଲୀ: ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଭାରତୀୟ ନୌସେନାର ବିମାନ ବାହକ ପୋତ ଆଇଏନ୍‌ଏସ୍‌ ବିରାଟରେ ଛୁଟି ମନାଉଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନକୁ ନେଇ ତମ୍ବିତୋଫାନ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ଗତକାଲି ଦିଲ୍ଲୀରେ ଏକ ନିର୍ବାଚନୀ ରୢାଲିରେ କହିଥିଲେ ଯେ ଲାକ୍ଷାଦ୍ବୀପରେ ଆଇଏନ୍‌ଏସ୍‌ ବିରାଟକୁ ୧୦ ଦିନ ଧରି ବ୍ୟକ୍ତିଗତ କ୍ରୁଜ୍‌ ଭଳି ଗାନ୍ଧୀ ପରିବାର ବ୍ୟବହାର କରିଥିଲେ। ଏହି ପ୍ରସଙ୍ଗରେ କଂଗ୍ରେସ ଆଜି ରାଜୀବଙ୍କ ସମର୍ଥନରେ ଓହ୍ଲାଇବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିଛି। ଦଳ ପକ୍ଷରୁ କୁହାଯାଇଛି ଯେ ମୋଦୀ ଭାରତୀୟ ବାୟୁସେନାର ଜେଟ୍‌କୁ ନିଜର ଟାକ୍ସି ଭଳି ନିର୍ବାଚନରେ ବ୍ୟବହାର କରିଛନ୍ତି ଏବଂ ଟ୍ରିପ୍‌ ପିଛା ୭୪୪ ଟଙ୍କା ପୈଠ କରିଛନ୍ତି। ଅନ୍ୟପକ୍ଷରେ ଆଇଏନ୍‌ଏସ୍‌ ବିରାଟର ବ୍ୟବହାର ଛୁଟି କଟାଇବା ଉଦ୍ଦେଶ୍ୟରେ କଦାପି କରାଯାଇ ନାହିଁ ଏବଂ ମୋଦୀ ବିଭ୍ରାନ୍ତି ସୃଷ୍ଟି ପାଇଁ ଏଭଳି ବୟାନ ଦେଇଛନ୍ତି ବୋଲି କଂଗ୍ରେସ କହିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପିତା ରାଜୀବଙ୍କ ସମେତ ରାଫେଲ ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା କରିବା ଆବଶ୍ୟକ। କଂଗ୍ରେସ ପ୍ରବକ୍ତା ଅଭିଷେକ ମନୁ ସିଂଘଭି କହିଛନ୍ତି, ୩୦ ବର୍ଷ ପରେ ଦିବଂଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସଂପର୍କରେ ମୋଦୀ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିବାକୁ ଚାହୁଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟର କେତେକ କାର୍ଯ୍ୟ ପାଇଁ ଏହି ଯୁଦ୍ଧ ପୋତରେ କେବଳ ସରକାରୀ ଟ୍ରିପ୍‌ ହୋଇଥିଲା। ଏ ସଂପର୍କରେ ସଂପୂର୍ଣ୍ଣ ରେକର୍ଡ ରହିଛି ବୋଲି ସେ କହିଛନ୍ତି। କଂଗ୍ରେସ ପ୍ରବକ୍ତା ପବନ ଖେରା କହିଛନ୍ତି ଯେ ଭୋଟର୍‌ଙ୍କ ସାମ୍ନାରେ ବିକାଶ ପ୍ରସଙ୍ଗରେ କହିବା ପାଇଁ ମୋଦୀଙ୍କ ପାଖରେ କିଛି ନଥିବାରୁ ସେ ଏବେ ରାଜୀବ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରୁଛନ୍ତି। ‌ଏବେ ମୋଦୀ ତାଙ୍କ ବିଫଳତାକୁ ନେଇ ଲୋକଙ୍କୁ ଭୋଟ୍‌ ମାଗୁଛନ୍ତି। ବିମୁଦ୍ରୀକରଣ, ବେକାରୀ ଏବଂ ରାଫେଲ ଚୁକ୍ତି ପ୍ରସଙ୍ଗରେ ମୋଦୀ ମୁହଁ ଖୋଲୁନାହାନ୍ତି ବୋଲି ସେ କହିଛନ୍ତି।

ରାଜୀବଙ୍କ ସହିତ ରାଫେଲ ସଂପର୍କରେ ବି ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରନ୍ତୁ: ରାହୁଲ

ଗାନ୍ଧୀ ପରିବାର ପିକ୍‌ନିକ୍‌ ପାଇଁ ବ୍ୟବହାର କରିନଥିଲେ: ପୂର୍ବ ନୌସେନା ମୁଖ୍ୟ
ନୌସେନାର ପୂର୍ବ ମୁଖ୍ୟ ଆଡମିରାଲ ଏଲ୍‌.ରାମଦାସ ଆଜି ଏକ ବିବୃତିରେ କହିଛନ୍ତି ଯେ ଗାନ୍ଧୀ ପରିବାରର ବ୍ୟକ୍ତିଗତ କାର୍ଯ୍ୟରେ କିମ୍ବା ପିକ୍‌ନିକ୍‌ ଉଦ୍ଦେଶ୍ୟରେ ଆଇଏନ୍‌ଏସ୍‌ ବିରାଟ ବ୍ୟବହାର ହୋଇନଥିଲା। ରାଜୀବ ଗାନ୍ଧୀ ତାଙ୍କ ପତ୍ନୀଙ୍କ ସହିତ ଜାହାଜରେ ଥିବା ବେଳେ ଅନ୍ୟ କେହି ବିଦେଶୀ ଉପସ୍ଥିତ ନଥିଲେ ବୋଲି ସେ କହିଛନ୍ତି। ତେବେ ଗାନ୍ଧୀ ପରିବାର ଆଇଏନ୍‌ଏସ୍‌ ବିରାଟରେ ପିକ୍‌ନିକ କରୁଥିବା ନେଇ ‘ଇଣ୍ଡିଆ ଟୁଡେ’ରେ ପ୍ରକାଶିତ ଏକ ରିପୋର୍ଟ ଆଧାରରେ ପ୍ରଧାନମନ୍ତ୍ରୀ ଏଭଳି ବିବୃତି ଦେଇଥିବା ସମ୍ଭବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe