The Hindu Business Line
ବେଜିଂ: ଚୀନ୍ରେ ଜିରୋ କୋଭିଡ୍ ନୀତି, ବ୍ୟାପକ କୋଭିଡ୍ କଟକଣା, ଲକ୍ଡାଉନ୍ ଓ କ୍ବାରେଣ୍ଟାଇନ୍ ବ୍ୟବସ୍ଥାକୁ ବିରୋଧ କରି ବ୍ୟାପକ ଜନ-ଆନ୍ଦୋଳନ ହେବାରୁ ସି ଜିନପିଙ୍ଗ ସରକାର ବାଧ୍ୟ ହୋଇ କଟକଣା କୋହଳ କରିଛନ୍ତି। କିନ୍ତୁ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରୁ ସରକାର ହସ୍ପିଟାଲଗୁଡ଼ିକରେ ଚିକିତ୍ସା ସୁବିଧାରେ ବୃଦ୍ଧି ଘଟାଇବା ସହ ଆଇସିୟୁ ସଂଖ୍ୟା ବଢ଼ାଇଛନ୍ତି। ରାଷ୍ଟ୍ରପତି ଜିନପିଙ୍ଗ ସରକାର କୋଭିଡ୍ ସଂକ୍ରମଣ ରୋକିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରିଛନ୍ତି। କିନ୍ତୁ ଶାସକ କମ୍ୟୁନିଷ୍ଟ ଦଳ ଦୋକାନବଜାର ଓ ଯାତାୟାତ ଆଦି ବନ୍ଦ ନ କରି ସଂକ୍ରମଣ ବୃଦ୍ଧିକୁ ସହ୍ୟ କରିବ ବୋଲି ଜଣାପଡ଼ିଛି।
ଗୁରୁବାର ଏହା ଉପରେ ଆଲୋଚନା ପାଇଁ ଏକ କ୍ୟାବିନେଟ୍ ବୈଠକ ଡକାଯାଇଥିଲା। ଏଥିରେ ହସ୍ପିଟାଲଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା, ଅଧିକ କର୍ମଚାରୀ ନିଯୁକ୍ତି କରିବା, ଆସିୟୁ ସଂଖ୍ୟା ଓ ଔଷଧ ଯୋଗାଣ ବୃଦ୍ଧି କରିବା ଆଦି ଉପରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ବାଧ୍ୟତାମୂଳକ ଟେଷ୍ଟିଂ ବନ୍ଦ ହୋଇଯାଇଥିବାରୁ ବାସ୍ତବରେ କୋଭିଡ୍ ସଂକ୍ରମଣରେ କେତେ ବୃଦ୍ଧି ଘଟିଛି ତାହା ଜଣାପଡ଼ି ନାହିଁ।
Follow Us