ଆଗକୁ ବିପଦ ! ବଢ଼ିବ ବଜ୍ରପାତ, ଲାଗିବ ଜଙ୍ଗଲରେ ନିଆଁ

Advertisment
ଆଗକୁ ବିପଦ ! ବଢ଼ିବ ବଜ୍ରପାତ, ଲାଗିବ ଜଙ୍ଗଲରେ ନିଆଁ

ନୂଆଦିଲ୍ଲୀ: ଦିନକୁଦିନ ଜଙ୍ଗଲରେ ହଠାତ ନିଆଁ ଲାଗିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଜଙ୍ଗଲରେ ନିଆଁ ଲାଗିବା ହେତୁ ଅକାରଣେ ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ସହିତ ମୂଲ୍ୟବାନ ଗଛସବୁ ଜଳି ନଷ୍ଟ ହୋଇଯାଉଛି।

ସାରା ବିଶ୍ୱରେ ଜଙ୍ଗଲରେ ନିଆଁ ଲାଗିବାର ମୁଖ୍ୟ କାରଣ ବଜ୍ରପାତ ବୋଲି ବୈଜ୍ଞାନିକମାନେ କହିଛନ୍ତି । ବଜ୍ରପାତ କାରଣରୁ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଅଙ୍ଗାରକାମ୍ଳ, ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ ଅନ୍ୟାନ୍ୟ ଗ୍ୟାସ୍ ନିର୍ଗତ‌ ହୋଇଥାଏ। ଏହି ଗ୍ୟାସଗୁଡ଼ିକ ଜଳବାୟୁରେ ମିଶି ଏକ ନିଆଁ ଲାଗିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

publive-image

ବୈଜ୍ଞାନିକମାନଙ୍କର ଏକ ଟିମ୍ ପାଇଥିବା ପ୍ରମାଣ ସୂଚାଇ ଦେଉଛି ଯେ ଆଗାମୀ ବର୍ଷରେ ପୃଥିବୀ ଅଧିକ ଉତ୍ତତ୍ପ ହେବ ଓ ଏହି କାରଣରୁ ଅଧିକ ସଂଖ୍ୟକ ବଜ୍ରପାତ ହୋଇପାରେ। ଫଳରେ ପୃଥିବୀର ଅନେକ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ବୃଦ୍ଧି ପାଇପାରେ।

ବୈଜ୍ଞାନିକମାନେ ଦର୍ଶାଇଛନ୍ତି ଯେ ପୃଥିବୀ ଗରମ ହେବା ସହ ପାଣିପାଗର ଢ଼ାଞ୍ଚା ବଦଳୁଛି । ଏହି କାରଣରୁ ଦକ୍ଷିଣ ଆମେରିକା, ଦକ୍ଷିଣ ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ଆଫ୍ରିକାର କିଛି ଅଞ୍ଚଳ ଅଧିକ ବିପଦରେ ରହିଛି। ଆଗାମୀ ଦିନରେ ସବୁଠାରୁ ଅଧିକ ବଜ୍ରପାତ ଉତ୍ତର ଆମେରିକାରେ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ କୁହାଯାଉଛି କି, ଗୋଲାର୍ଦ୍ଧ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନା କମିପାରେ, କାରଣ ସେଠାରେ ବର୍ଷାର ଅନୁପାତ ବୃଦ୍ଧି ହୋଇପାରେ। ଯାହା ଏକ ପ୍ରକାର ଭଲ ସୂଚନା ବୋଲି କୁହାଯାଉଛି। ଏହି ଅନୁସନ୍ଧାନ ନେଚର କମ୍ୟୁନିକେସନ ନାମକ ପତ୍ରିକାରେ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe