ବଢିଲା ଅନୁରାଗ କଶପ୍ୟଙ୍କ ଅଡୁଆ : ପାୟଲ ଘୋଷଙ୍କ ଅଭିଯୋଗ ପରେ ପଚରା ଉଚରା ପାଇଁ ଡାକିଲା ମୁମ୍ବାଇ ପୁଲିସ

Advertisment
ବଢିଲା ଅନୁରାଗ କଶପ୍ୟଙ୍କ ଅଡୁଆ : ପାୟଲ ଘୋଷଙ୍କ ଅଭିଯୋଗ ପରେ ପଚରା ଉଚରା ପାଇଁ ଡାକିଲା ମୁମ୍ବାଇ ପୁଲିସ

ମୁମ୍ବାଇ:  ଯୌନ ନିର୍ଯାତନା ମାମଲାରେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଅଭିନେତ୍ରୀ ପାୟଲ ଘୋଷ ଯୌନ ନିର୍ଯାତନା ନେଇ ଅଭିଯୋଗ କରିବା ପରେ ମୁମ୍ବାଇ ପୁଲିସ ଜେରା ପାଇଁ ଅନୁରାଗଙ୍କୁ ସମନ ପଠାଇଛି, ଯେଉଁଥିରେ ତାଙ୍କୁ ଆସନ୍ତାକାଲି ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାୟଲ ଘୋଷ ମୁମ୍ବାଇର ବର୍ସୋବା ଥାନାରେ ଅନୁରାଗଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଥିଲେ । ହେଲେ ଅନୁରାଗ କଶ୍ୟପଙ୍କୁ ଏଯାଏଁ ପୁଲିସ ଗିରଫ୍ କରିନଥିବା ନେଇ ଅସନ୍ତୋଷ ଜାହିର କରିଛନ୍ତି ପାୟଲ ଘୋଷ । ସେ ଦାବି କରିଛନ୍ତି କି ଯଥାଶୀଘ୍ର ଅନୁରାଗ କଶ୍ୟପଙ୍କୁ ଗିରଫ କରାଯାଉ।

ସୂଚନା ମୁତାବକ, କିଛି ଦିନ ତଳେ ଅସଦାଚରଣ ଅଭ‌ିଯୋଗ ଆଣି ଅନୁରାଗଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ଅଭିନେତ୍ରୀ। ଏହାବ୍ୟତୀତ ଅଭିନେତ୍ରୀ ତାଙ୍କୁ ଭୁଲ୍‌ ଭାବେ ଅଟକ ରଖିବା, ଷଡ଼ଯନ୍ତ୍ର କରିବା ଏବଂ ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା ଅଭିଯୋଗରେ ମଧ୍ୟ ଏତଲା ରୁଜୁ କରିଥିଲେ। ଅଭିନେତ୍ରୀଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଆଇପିସିର ଧାରା ୩୭୬, ୩୫୪, ୩୪୧,୩୪୨ ଅଧୀନରେ ନିର୍ମାତାଙ୍କ ନାମରେ ଅଭିଯୋଗ ହୋଇଛି। ଆଇପିସିର ଧାରା ଅନୁଯାୟୀ ଏତଲା ରୁଜୁ ହେବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଉଛି।

MeToo on Anurag Kashyap: Payal Ghosh Says 'If I am Found Hanging, Don't Consider it Suicide' | India.com India.com

ଲିଖିତ ଅଭିଯୋଗ ପୂର୍ବରୁ ପାୟଲ ସୋସିଆଲ ମିଡିଆରେ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ। ଟୁଇଟ‌ରେ, ଅନୁରାଗ କଶ୍ୟପ ମୋତେ ଯୌନ ନିର୍ଯାତନା ଦେଇଥିଲେ। ନରେନ୍ଦ୍ର ମୋଦୀଜୀ ଦୟାକରି ପଦକ୍ଷେପ ନିଅନ୍ତୁ ଏବଂ ଦେଶକୁ ଏହି ସୃଜନଶୀଳ ବ୍ୟକ୍ତିଙ୍କ ପଛରେ ଥିବା ରାକ୍ଷସ ଦେଖାନ୍ତୁ। ମୁଁ ଜାଣେ ଏହା ମୋର କ୍ଷତି କରିପାରେ। ମୋର ସୁରକ୍ଷା ପ୍ରତି ବିପଦ ଅଛି। ଦୟାକରି ସାହାଯ୍ୟ କରନ୍ତୁ ବୋଲି ଲେଖିଥିଲେ ପାୟଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe