ସମସ୍ତେ ନିଜ ସୀମା ଭିତରେ ରହିଲେ ଭଲ; ଜାଣନ୍ତୁ କାହିଁକି ଏଭଳି କହିଲେ ୱସିମ୍ ଅକ୍ରମ

ଏସିଆ କପ୍ ୨୦୨୫ ପାଇଁ ଭାରତ ଏବଂ ପାକିସ୍ତାନ ନିଜ ନିଜର ଦଳ ଘୋଷଣା କରିସାରିଛନ୍ତି। ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ଥିବା ଦେଖାଯାଇଛି। ଏମଧ୍ୟରେ ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ୱସିମ ଅକ୍ରମଙ୍କ ବୟାନ ଚର୍ଚ୍ଚାରେ ରହିଛି।

New Project (2)

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ପାଇଁ ଭାରତ ଏବଂ ପାକିସ୍ତାନ ନିଜ ନିଜର ଦଳ ଘୋଷଣା କରିସାରିଛନ୍ତି। ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ଥିବା ଦେଖାଯାଇଛି। ସେମାନଙ୍କ ସହିତ ଓମାନ ଏବଂ ୟୁଏଇ ଗ୍ରୁପ 'ଏ'ରେ ଥିବା ସାମ୍ନାକୁ ଆସିଛି। ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ, ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ୍ ହେଉଛି ଭାରତ ବନାମ ପାକିସ୍ତାନ। ଏହି ଉତ୍ସାହପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ, ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ୱସିମ ଅକ୍ରମ ପ୍ରଶଂସକ ଏବଂ କ୍ରିକେଟରଙ୍କୁ ଏକ ଭାବପ୍ରବଣ ନିବେଦନ କରିଛନ୍ତି।

ଯେତେବେଳେ ଭାରତ ଏବଂ ପାକିସ୍ତାନର କ୍ରିକେଟ ଦଳ ପଡ଼ିଆରେ ମୁହାଁମୁହିଁ ହୁଅନ୍ତି, ସେତେବେଳେ ଉତ୍ସାହ ଶୀର୍ଷରେ ଥାଏ। ପଡ଼ିଆରୁ ଲୋକଙ୍କ ଘର ପର୍ଯ୍ୟନ୍ତ ପରିବେଶ ଭିନ୍ନ ହୋଇଯାଏ। ଏହାକୁ ନଜରରେ ରଖି ୱସିମ ଅକ୍ରମ ଉଭୟ ଦଳର ଖେଳାଳି ଏବଂ ପ୍ରଶଂସକଙ୍କୁ ସେମାନଙ୍କର ଭାବନାକୁ ନିୟନ୍ତ୍ରଣ କରିବାକୁ ନିବେଦନ କରିଛନ୍ତି।

ଟେଲିକମ୍ ଏସିଆ ସ୍ପୋର୍ଟସ୍‌କୁ ସାକ୍ଷାତକାର ଦେଇ ୱସିମ୍ ଅକ୍ରମ କହିଛନ୍ତି ଯେ, "ମୁଁ ନିଶ୍ଚିତ ଯେ, ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଅନ୍ୟ ମ୍ୟାଚ୍ ପରି ଉତ୍ସାହପୂର୍ଣ୍ଣ ହେବ। ମୁଁ ନିଶ୍ଚିତ ଯେ, ଉଭୟ ଦଳର ଖେଳାଳି ଏବଂ ପ୍ରଶଂସକମାନେ ସେମାନଙ୍କର ସୀମା ମଧ୍ୟରେ ରହିବେ।" ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆକ୍ରମ ଏହା କହିଛନ୍ତି।

ଆକ୍ରମ ଆହୁରି କହିଛନ୍ତି, "ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସାରା ବିଶ୍ୱର କୋଟି କୋଟି ଲୋକ ଦେଖନ୍ତି। ମୁଁ ଚାହେଁ ଯେ ଖେଳାଳି ଏବଂ ଦର୍ଶକ ମ୍ୟାଚ୍ ସମୟରେ ଶୃଙ୍ଖଳା ପ୍ରଦର୍ଶନ କରନ୍ତୁ।" ଅକ୍ରମ ସ୍ୱୀକାର କରିଛନ୍ତି ଯେ, ଭାରତୀୟ ଦଳ ବର୍ତ୍ତମାନ ଶକ୍ତିଶାଳୀ ଏବଂ ସେ ଟିମ୍ ଇଣ୍ଡିଆକୁ ଏସିଆ କପ୍‌ ଟାଇଟଲ୍ ପାଇଁ ଏକ ଦୃଢ଼ ଦାବିଦାର ବୋଲି ବିବେଚନା କରିଛନ୍ତି।

ଏସିଆ କପ୍ ପାଇଁ ପାକିସ୍ତାନ ଦଳରେ ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କୁ ସ୍ଥାନ ମିଳିନାହିଁ। ପାକିସ୍ତାନ ଟିମ୍‌କୁ ବାବରଙ୍କ ଅନୁପସ୍ଥିତି ଅନୁଭବ ହେବ ବୋଲି ଅକ୍ରମ କହିଛନ୍ତି। ସେ କହିଛନ୍ତି, "ବ୍ୟକ୍ତିଗତ ଭାବରେ, ମୁଁ ବାବରଙ୍କୁ ଦଳରେ ଦେଖିବାକୁ ଚାହୁଁଥିଲି। କିନ୍ତୁ ତାଙ୍କୁ ଚୟନ କରାଯାଇ ନଥିଲା। ଏବେ ଦଳରେ ମନୋନୀତ ଖେଳାଳିମାନଙ୍କୁ ଆଗକୁ ବଢ଼ି ଭଲ ପ୍ରଦର୍ଶନ କରିବାକୁ ପଡିବ।"

ଉଲ୍ଲେଖଯୋଗ୍ୟ, ଏସିଆ କପ୍ ୨୦୨୫ରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସେପ୍ଟେମ୍ବର ୧୪ରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟରେ ଉଭୟଙ୍କ ମଧ୍ୟରେ ମୋଟ ୩ଟି ମ୍ୟାଚ୍ ଖେଳାଯାଇପାରେ। ଗୋଟିଏ ମ୍ୟାଚ୍ ସ୍ଥିର ଏବଂ ଯଦି ଉଭୟ ସୁପର ୪ରେ ପହଞ୍ଚିଯାଆନ୍ତି ତେବେ ୨ ଏବଂ ଯଦି ଉଭୟ ଫାଇନାଲରେ ପହଞ୍ଚିଯାଆନ୍ତି ତେବେ ପ୍ରଶଂସକ ୧୫ଦିନ ମଧ୍ୟରେ ୩ଥର ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଦେଖିବାକୁ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe