ଆସନ୍ତାକାଲି ୭ଟା ୩୦ମିନିଟରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆସନ୍ତାକାଲି ୭ଟା ୩୦ମିନିଟରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

The Statesman

ନୂଆଦିଲ୍ଲୀ: ଆସନ୍ତାକାଲି ସ୍ବାଧୀନତା ଦିବସ। କରୋନା ମହାମାରୀ କାରଣରୁ ପୂର୍ବ ବର୍ଷ ଭଳି ଏ ବର୍ଷ ଦେଶବାସୀ ସ୍ବାଧୀନତା ଦିବସ ପାଳନ କରି ପାରିବେ ନାହିଁ। କମ ଲୋକରେ ଏବଂ ସାମାଜିକ ଦୂରତା ଅବଲମ୍ବନ କରି ଚଳିତ ବର୍ଷ ଦେଶବାସୀ ଏହି ଦିନକୁ ପାଳନ କରିବା ନେଇ ସରକାର ଅନୁମତି ଦେଇଛନ୍ତି। ତେବେ ଆସନ୍ତାକାଲି ରାଜଘାଟରେ ପହଞ୍ଚିବା ପରେ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ରହିଥିବା କାର୍ଯ୍ୟକ୍ରମର ସମୟ ସାମ୍ନାକୁ ଆସିଛି।

10 key announcements in PM Modi's 6th Independence Day speech- The ... New Indian Express

ସୂଚୀ ଅନୁଯାୟୀ, ସକାଳ ୭ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ପହଞ୍ଚିବ | ସେଠାରେ ୮ ରୁ ୧୦ ମିନିଟ୍ ରହି ପ‌ରେ ପ୍ରଧାନମନ୍ତ୍ରୀ ଲାଲ କିଲାକୁ ଯିବେ। ସକାଳ ୭ଟା ୧୮ମିନିଟରେ ପ୍ରଧାନମନ୍ତ୍ରୀ ଲାହୋର ଗେଟରେ ପହଞ୍ଚିବେ | ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ। ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ। ଗାର୍ଡ ଅଫ୍ ଅନର ପ୍ରଦାନ ପରେ ପ୍ରଧାନମନ୍ତ୍ରୀ ସକାଳ ୭ଟା ୩୦ମିନିଟରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏହି ସମୟରେ ଗାର୍ଡମାନେ ସଲାମ କରିବା ସହ ସେନାର ବ୍ୟାଣ୍ଡ ଜାତୀୟ ସଂଗୀତ ବଜାଇବେ ଏବଂ ୨୧ଟି ବନ୍ଧୁକର ସଲାମି ଦିଆଯିବ | ଏହି କାମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ୭ଟା ୩୨ମିନିଟରେରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସମ୍ବୋଧନ ପରେ ତୁରନ୍ତ ଏନସିସି କ୍ୟାଡେଟମାନେ ଜାତୀୟ ସଂଗୀତ ଗାନ କରିବେ । ଜାତୀୟ ସଂଗୀତ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଲାହୋର ଗେଟ ଛାଡିବେ। ପ୍ରଧାନମନ୍ତ୍ରୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ, ସିଡିଏସ୍ ଏବଂ ସେନାର ତିନି ବିଭାଗର ମୁଖ୍ୟ ବିଦାୟ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe