ସ୍ୱାଧୀନତା ଦିବସ ଅବସରରେ ଆତଙ୍କୀ ହାମ୍‌ଲା ପାଇଁ ଜୈସ୍‌ ଓ ଲସ୍କରର ଟାର୍ଗେଟରେ ଏଥରକ ଜମ୍ମୁ- କଶ୍ମୀରରେ ଥିବା ଭାରତୀୟ ସେନା କ୍ୟାମ୍ପ

Advertisment
ସ୍ୱାଧୀନତା ଦିବସ ଅବସରରେ ଆତଙ୍କୀ ହାମ୍‌ଲା ପାଇଁ ଜୈସ୍‌ ଓ ଲସ୍କରର ଟାର୍ଗେଟରେ ଏଥରକ ଜମ୍ମୁ- କଶ୍ମୀରରେ ଥିବା ଭାରତୀୟ ସେନା କ୍ୟାମ୍ପ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ ଓ ଲସ୍କର-ଇ- ତଇବା ପକ୍ଷରୁ ଆସନ୍ତା ୧୫ ତାରିଖ ଦେଶର ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜଧାନୀ ନୂଆଦିଲ୍ଲୀ ଠାରୁ ଆରମ୍ଭ କରି ସୀମାନ୍ତ ଜମ୍ମୁ- କଶ୍ମୀର ପର୍ଯ୍ୟନ୍ତ ଦେଶର ବ୍ୟାପକ ଅଞ୍ଚଳରେ ଏକାଧିକ ଆତଙ୍କବାଦୀ ହାମ୍‌ଲା ଘଟାଇବା ଲକ୍ଷ୍ୟରେ ବିସ୍ତତ ଯୋଜନା ପ୍ରସ୍ତୁତ କରିଥିବା ଦେଶର ଗୁଇନ୍ଦା ବିଭାଗ ପକ୍ଷରୁ ଜାଣିବାକୁ ମିଳିଛି।

ତେବେ, ସବୁ ବର୍ଷ ଆତଙ୍କବାଦୀମାନେ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ଆତଙ୍କବାଦୀ ହାମ୍‌ଲା ଘଟାଇବାକୁ ବ୍ୟାପକ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ପରିପ୍ରେକ୍ଷୀରେ ସେସବୁକୁ ଚୂଡ଼ାନ୍ତ ରୂପ ଦେବାରେ ବିଫଳ ହେଉଛନ୍ତି। ତେଣୁ, ପୂର୍ବର ବିଫଳତାକୁ ଦୃଷ୍ଟିରେ ରଖି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ ଓ ଲସ୍କର-ଇ- ତଇବା ଏଥରକ ରାଜଧାନୀ ନୂଆଦିଲ୍ଲୀକୁ ଗୌଣ କରିଦେଇ ସ୍ୱାଧୀନତା ଦିବସ ପାଳନ ଅବସରରେ ସୀମାନ୍ତ ଜମ୍ମୁ- କଶ୍ମୀରରେ ଥିବା ସେନା କ୍ୟାମ୍ପଗୁଡ଼ିକ ଉପରେ ଆତଙ୍କବାଦୀ ହାମ୍‌ଲା କରିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିବା ସହ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଉଭୟ ଆତଙ୍କବାଦୀ ସଂଗଠନର ବଛାବଛା ୨୦ ଜଣ ଆତଙ୍କବାଦୀଙ୍କୁ ଏହି ହାମ୍‌ଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ସ୍ୱତନ୍ତ୍ର ଭାବେ ତାଲିମ୍‌ ପ୍ରଦାନ କରାଯାଇଥିବା, ଗୁଇନ୍ଦା ସୂଚନା ଆଧାରରେ ରିପୋର୍ଟ ପ୍ରକାଶ କରିଛି ଜାତୀୟ ସ୍ତରର ଗଣମାଧ୍ୟମ ସଂସ୍ଥା ଜିନ୍ୟୁଜ୍‌ ଇଣ୍ଡିଆ।

publive-image

ଆତଙ୍କବାଦୀମାନଙ୍କର ସାଟେଲାଇଟ୍‌ ଫୋନ୍‌ରେ ହେଉଥିବା ବାର୍ତ୍ତାଳାପକୁ ଟ୍ରାକ୍‌ କଲାପରେ ଭାରତୀୟ ଗୁଇନ୍ଦା ବିଭାଗ ସେନା ସତର୍କ ସୂଚନା ଜାରି କରି କହିଛି, ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ହାମ୍‌ଲା ପାଇଁ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ଏହି ୨୦ ଆତଙ୍କବାଦୀଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ନିୟନ୍ତ୍ରଣ ରେଖା (ଏଲ୍‌ଓସି)କୁ ଲାଗି ପାକିସ୍ତାନ ସୀମାପଟେ ପ୍ରାୟ ୬୦୦ରୁ ଅଧିକ ଆତଙ୍କବାଦୀ ରୁଣ୍ଡ ହୋଇ ରହିଛନ୍ତି। ସେମାନେ ନିୟନ୍ତ୍ରଣ ରେଖାର ଚୁରା ନିକଟରେ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବା ସହ ଟଙ୍ଗଧର ଓ ବାରାମୁଲ୍ଲା ସେକ୍ଟରରେ ରହିଥିବା ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ହାମ୍‌ଲା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଏବଂ ଏହି ଘଟଣାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସେମାନଙ୍କୁ ସବୁ ରକମର ସାହାଯ୍ୟ, ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦେଉଥିବା ଏହି ରିପୋର୍ଟରେ କୁହାଯାଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe