Advertisment

ରାଜା ଓ ରାଣୀ ବେଶରେ ରାସ୍ତାରେ ବୁଲିଲେ ପ୍ରାର୍ଥୀ: ନିର୍ବାଚନ ଜିତିଲେ ପ୍ରତି ଭୋଟରଙ୍କୁ ୧୬ଲକ୍ଷ ଟଙ୍କା ଦେବା ପାଇଁ କଲେ ପ୍ରତିଶ୍ରୁତି

Advertisment
ରାଜା ଓ ରାଣୀ ବେଶରେ ରାସ୍ତାରେ ବୁଲିଲେ ପ୍ରାର୍ଥୀ: ନିର୍ବାଚନ ଜିତିଲେ ପ୍ରତି ଭୋଟରଙ୍କୁ ୧୬ଲକ୍ଷ ଟଙ୍କା ଦେବା ପାଇଁ କଲେ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଭୋଟ ପାଇଁ ନେତା, ମନ୍ତ୍ରୀ ଓ ପ୍ରାର୍ଥୀମାନେ ‌କରୁଥିବା ପ୍ରତିଶ୍ରୃତିକୁ ଲୋକମାନେ କୋହଳ ଭାବେ ନେବା ଆରମ୍ଭ କରି ଦେଇଛନ୍ତି। କାରଣ ଲୋକେ ବି ବୁଝି ସାରି‌‌ଲେଣି ଏସବୁ ପ୍ରତିଶ୍ରୃତି କେବଳ ଭୋଟ ଆଶାରେ କରାଯାଉଛି। ଜିତିଗଲା ପରେ ସମସ୍ତେ ନିଜନିଜ ରାସ୍ତାରେ ଚାଲିଯିବାର ଅନେକ ଘଟଣା ଘଟି ସାରିଛି।

ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଜବଲପୁରରୁ ସାମ୍ନାକୁ ଆସିଛି। ଏଠାରେ ଲୋକସଭା ନାମାଙ୍କନପତ୍ର ଦାଖଲ ପାଇଁ ଜଣେ ସ୍ବାଧୀନ ପ୍ରାର୍ଥୀ ତାଙ୍କ ସ୍ତ୍ରୀଙ୍କ ସହିତ ଘୋଡା ଗାଡ଼ିରେ ଆସି ପହଞ୍ଚିଥିଲେ। ଏହି ସମୟରେ ଦମ୍ପତି ରାଜା ଓ ରାଣୀ ଭଳି ସଜେଇ ହୋଇଥିବା  ବି ଦେଖିବାକୁ ମିଳିଥିଲା।

ନାମାଙ୍କନ ଦାଖଲ କରିବା ପରେ ସ୍ବାଧୀନ ପ୍ରାର୍ଥୀ ଶଶି ଷ୍ଟେନଲି ଲୁଇସଙ୍କ ସ୍ୱାମୀ ଷ୍ଟେନଲି ଲୁଇସ କହିଛନ୍ତି, ମୁଁ ଏସିଆର ରାଷ୍ଟ୍ରପତି ଏବଂ ମୋର ପତ୍ନୀ ଏସିଆର ଉପରାଷ୍ଟ୍ରପତି। ବର୍ତ୍ତମାନ ମୁଁ ସଂସଦ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ଭାରତୀୟ ସଂସଦରେ ପ୍ରବେଶ କରିବାକୁ ଚାହୁଁଛି। ଯଦି ମୁଁ ଏହି ନିର୍ବାଚନ ଜିତେ ​​ତେବେ ମୁଁ ପ୍ରତ୍ୟେକ ଭୋଟରଙ୍କ ଆକାଉଣ୍ଟକୁ ୧୬ ଲକ୍ଷ ୬୭ ହଜାର ୮୨୦ଟଙ୍କା ପଠାଇବି।’

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଘୋଷଣା ପୂର୍ବରୁ ଷ୍ଟେନଲି ଲୁଇସ୍ ନିଜକୁ ବିଶ୍ବର ରାଜା ବୋଲି କହିବା ସହିତ କିଛି ଦିନ ଧରି ସେ ରାଜା ପୋଷାକରେ ରାସ୍ତାରେ ବୁଲୁଥିଲେ।

ଏହି ପ୍ରାର୍ଥୀଙ୍କ ଘୋଷଣାକୁ କଂଗ୍ରେସ କି ବିଜେପି କୌଣସି ଦଳ ଗମ୍ଭୀରତା ସହ ନେଇ ନାହାନ୍ତି। କିନ୍ତୁ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ କଂଗ୍ରେସ କି ବିଜେପି କୌଣସି ଦଳକୁ ପସନ୍ଦ କରନ୍ତି ନାହିଁ। ଫଳରେ ସେମାନେ ଏମିତି ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ନିଜର ଭେଟ ଦେଇ ଦେଇଥାଆନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe