Advertisment

ମହାରାଷ୍ଟ୍ରରେ ଇଣ୍ଡି ମେଣ୍ଟର ଆସନ ବୁଝାମଣା ଚୂଡ଼ାନ୍ତ: ଉଦ୍ଧବସେନା ୨୧, କଂଗ୍ରେସ ୧୫,ଏନ୍‌ସିପି-ଏସ୍‌ପି ୯ ଆସନରେ ଲଢ଼ିବାକୁ ସହମତି

Advertisment
ମହାରାଷ୍ଟ୍ରରେ ଇଣ୍ଡି ମେଣ୍ଟର ଆସନ ବୁଝାମଣା ଚୂଡ଼ାନ୍ତ: ଉଦ୍ଧବସେନା ୨୧, କଂଗ୍ରେସ ୧୫,ଏନ୍‌ସିପି-ଏସ୍‌ପି ୯ ଆସନରେ ଲଢ଼ିବାକୁ ସହମତି

ମୁମ୍ବାଇ: ଉତ୍ତରପ୍ରଦେଶ ପରେ ମହାରାଷ୍ଟ୍ରରେ ସର୍ବାଧିକ ୪୮ଟି ‌ଲୋକସଭା ଆସନ ରହିଛି। ରାଜ୍ୟରୁ ସର୍ବାଧିକ ଆସନ ହାସଲ କରିବାକୁ ଇଣ୍ଡି ମେଣ୍ଟ ଯୋଜନାବଦ୍ଧ ପ୍ରୟାସ ଆରମ୍ଭ କରିଛି। ରାଜନୈତିକ ଛକାପଞ୍ଝା ମଧ୍ୟରେ ଆଜି ଉଦ୍ଧବସେନା, କଂଗ୍ରେସ ଓ ଏନ୍‌ସିପି (ଶରଦପାୱାର୍‌) ମଧ୍ୟରେ ଆସନ ବୁଝାମଣା ହୋଇଛି। ଉଦ୍ଧବସେନା ୨୧ଟି ଆସନ, କଂଗ୍ରେସ ୧୫ଟି ଓ ଜାତୀୟବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି-ଏସ୍‌ପି) ୯ଟି ଆସନରେ ଲଢ଼ିବାକୁ ସହମତି ପ୍ରକାଶ ପାଇଛି।

ତିନି ଦଳର ନିକଟତମ ସୂତ୍ରରୁ ପ୍ରକାଶ, ଶରଦ ପାୱାରଙ୍କ ଘରେ ଏନେଇ ବୈଠକ ହୋଇଥିଲା। ଉଦ୍ଧବସେନା, କଂଗ୍ରେସ ଓ ଏନ୍‌ସିପି-ଏସ୍‌ପି ୪୫ଟି ଆସନରେ ଲଢ଼ିବେ। ନୂତନ ଭାବେ ଯୋଗ ଦେଇଥିବା ପ୍ରକାଶ ଆମ୍ବେଦକରଙ୍କ ବଞ୍ଚିତ ବହୁଜନ ଅଘାଡ଼ି (ଭିବିଏ)କୁ ଦୁଇଟି ଆସନ ଓ ରାଜୁ ସେଟ୍ଟୀଙ୍କ ସ୍ବାଭିମାନୀ ପକ୍ଷ ଗୋଟିଏ ଆସନରେ ଲଢ଼ିବାକୁ ଦଳର ପ୍ରମୁଖ ନେତାମାନେ ସହମତି ପ୍ରକାଶ କରିଛନ୍ତି। ଏହି ବୈଠକରେ, କଂଗ୍ରେସ ନେତା ନାନା ପାଟୋଲ, ପୃଥ୍ବୀରାଜ ଚୌହାନ, ବର୍ଷା ଗାଏକୱାଡ୍‌, ଏନ୍‌ସିପି-ଏସ୍‌ପିର ଜୟନ୍ତ ପାଟିଲ୍‌, ଜିତେନ୍ଦ୍ର ଅୱଧ, ଅନୀଲ ଦେଶମୁଖ, ଶିବ ସେନା (ଉଦ୍ଧବ ଠାକରେ)ର ସଞ୍ଜୟ ରାଉତ, ବିନାୟକ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ୨୦୧୯ ନିର୍ବାଚନରେ ବିଜେପି ରାଜ୍ୟରେ ୨୩ଟି ଆସନରେ ଜିତିଥିବା ବେଳେ ଶିବସେନା (ଅବିଭକ୍ତ) ୧୮ଟି ଆସନରେ, ଏନ୍‌ସିପି (ଅବିଭକ୍ତ) ୪ଟି, କଂଗ୍ରେସ, ଏଆଇଏମ୍‌ଆଇଏମ୍‌ ଗୋଟିଏ ଲେଖାଏଁ ଆସନରେ ଜିତିଥିବା ବେଳେ ଜଣେ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe