ଇଣ୍ଡି ମେଣ୍ଟ ଆସନ ବୁଝାମଣା ଅଡ଼ୁଆ ଛିଣ୍ଡୁନି: ୬୫ ଆସନ ଦାବି କରୁଛି କଂଗ୍ରେସ, ଆର୍‌ଜେଡି ନାରାଜ

ବିହାର ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ମାସକରୁ କମ୍‌ ସମୟ ଅଛି।  କିନ୍ତୁ ବିରୋଧୀ ଇଣ୍ଡି ମେଣ୍ଟର ଆସନ ବୁଝାମଣା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରୁନି।  କଂଗ୍ରେସ ୬୦ରୁ ଅଧିକ ଆସନ ଦାବି କରୁଥିବାବେଳେ  ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ୫୮ରୁ ଅଧିକ ଆସନ ଦେବାପାଇଁ ନାରାଜ।

sfsfxcxcxc

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ମାସକରୁ କମ୍‌ ସମୟ ଅଛି।  କିନ୍ତୁ ବିରୋଧୀ ଇଣ୍ଡି ମେଣ୍ଟର ଆସନ ବୁଝାମଣା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରୁନି।  କଂଗ୍ରେସ ୬୦ରୁ ଅଧିକ ଆସନ ଦାବି କରୁଥିବାବେଳେ  ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ୫୮ରୁ ଅଧିକ ଆସନ ଦେବାପାଇଁ ନାରାଜ। ମିଳିଥିବା ସୂଚନାନୁଯାୟୀ କଂଗ୍ରେସ ୬୫ ଆସନରେ ପ୍ରାର୍ଥୀ ଦେବାପାଇଁ ପ୍ରସ୍ତୁତ ହେଉଛି।  କିନ୍ତୁ ଆର୍‌ଜେଡି ଏଥିରେ ରାଜି ନାହିଁ। ଉଭୟ ଦଳ ପକ୍ଷରୁ ଏହ‌ି ଅଡ଼ୁଆ ସ୍ଥିତିର ସମାଧାନ ପାଇଁ ଚେଷ୍ଟା ଜାରି ରହିଛି ଏବଂ ଘନଘନ ବୈଠକ ହେଉଛି।

ଅନ୍ୟପକ୍ଷେ ଆର୍‌ଜେଡି ନେତା ତେଜସ୍ବୀ ଯାଦବ ବୁଧବାର ବିହାରର ରାଘୋପୁର ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।  ୩୫ ବର୍ଷୀୟ ଯାଦବ ହାଜିପୁର କଲେକ୍ଟୋରେଟ୍‌ରେ ତାଙ୍କ ବାପା ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଏବଂ ମା’ ରାବଡ଼ି ଦେବୀଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe