ଜାତିସଂଘରେ ରୁଷ୍‌ ଆଗତ କରିଥିବା ପ୍ରସ୍ତାବନାରେ ଭୋଟ୍‌ ଦେବାରୁ ବିରତ ହେଲେ ଭାରତ ଓ ଆଉ ୧୨ଟି ରାଷ୍ଟ୍ର

Advertisment
ଜାତିସଂଘରେ ରୁଷ୍‌ ଆଗତ କରିଥିବା ପ୍ରସ୍ତାବନାରେ ଭୋଟ୍‌ ଦେବାରୁ ବିରତ ହେଲେ ଭାରତ ଓ ଆଉ ୧୨ଟି ରାଷ୍ଟ୍ର

Image Courtesy of India Today

ଜାତିସଂଘ: : ୟୁକ୍ରେନ୍‌ର ମାନବୀୟ ସଙ୍କଟ ଉପରେ ରୁଷ୍‌ ଆଗତ କରିଥିବା ପ୍ରସ୍ତାବନାରେ ଭୋଟ୍‌ ଦେବାରୁ ଭାରତ ଏବଂ ଜାତିସଂଘ ନିରାପତ୍ତା ପରିଷଦ୍ର ଆଉ ୧୨ଟି ଦେଶ ନିବୃତ୍ତ ରହିଛନ୍ତି।

ରୁଷ୍‌ ଆଗତ କରିଥିବା ଉପରୋକ୍ତ ଚିଠା ପ୍ରସ୍ତାବର ସହ-ପ୍ରାୟୋଜକ ଥିଲେ ସିରିୟା, ଉତ୍ତର କୋରିଆ ଏବଂ ବେଲାରୁଷ୍‌। ପାରିତ ହେବା ପାଇଁ ଆବଶ୍ୟକ କରୁଥିବା ୯ଟି ‘ସମ୍ମତି’ ଭୋଟ୍‌ (ୟେସ୍‌ ଭୋଟ୍‌) ନ ପାଇବାରୁ ବୁଧବାର ଦିନ ଏହା ପରିଷଦ୍‌ରେ ଗୃହୀତ ହୋଇ ପାରିଲା ନାହିଁ।

publive-image Image Courtesy of Zee News

ରୁଷ୍‌ ଓ ଚୀନ୍‌ ଉକ୍ତ ପ୍ରସ୍ତାବନା ସପକ୍ଷରେ ଭୋଟ୍‌ ଦେଇଥିଲେ ବି ଉକ୍ତ ପ୍ରସ୍ତାବନା ବିପକ୍ଷରେ କୌଣସି ରାଷ୍ଟ୍ର ଭୋଟ୍‌ ଦେଇ ନ ଥିଲେ। ଭାରତ ଓ ବାକି ନିରାପତ୍ତା ପରିଷଦ୍‌ ସଦସ୍ୟମାନେ ଭୋଟ୍‌ ଦାନରୁ ନିବୃତ୍ତ ରହିଥିଲେ।

ସ୍ଥାୟୀ ଏବଂ ଭିଟୋ-କ୍ଷମତାଧାରୀ ପରିଷଦ୍‌ ସଦସ୍ୟ ରୁଷ୍‌ ଆଗତ କରିଥିବା ଚିଠା ପ୍ରସ୍ତାବନାରେ ଭୋଟ୍‌ ଦେବା ପାଇଁ ନିରାପତ୍ତା ପରିଷଦ୍‌ର ୧୫ ସଦସ୍ୟ ରାଷ୍ଟ୍ରଙ୍କୁ ଆହ୍ବାନ ଦେଇଥିଲା। ମହିଳା ଓ ଶିଶୁଙ୍କ ସମେତ ବିପଦନ୍ମୁଖୀ ପରିସ୍ଥିତିରେ ମାନବ ସେବାକାରୀ କର୍ମଚାରୀମାନେ ଓ ବ୍ୟକ୍ତିବିଶେଷମାନଙ୍କ ସମ୍ପୂର୍ଣ୍ଣ ନିରାପତ୍ତା, ସାଧାରଣ ନାଗରିକମାନଙ୍କ ନିରାପଦ, ଦ୍ରୁତ, ସ୍ବେଚ୍ଛାକୃତ ଏବଂ ଅବାଧ ସ୍ଥାନାନ୍ତରଣ ନିମନ୍ତେ ଅସ୍ତ୍ରବିରତି ନିମନ୍ତେ ଏହି ଚିଠାରେ ପ୍ରସ୍ତାବ ରହିଥିଲା।

ପ୍ରସ୍ତାବନା ଉପରେ ଭୋଟ୍‌ ଦାନ ଶେଷ ହେବା ପରେ ପରିଷଦ୍‌ର ଅନ୍ୟ ସଦସ୍ୟମାନେ ବିବୃତି ଦେଇଥିଲେ ମଧ୍ୟ ଭାରତ କୌଣସି ବିବୃତି ଦେଇନହିଁ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଭାରତ ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣ ସଂକ୍ରାନ୍ତରେ ନିରାପତ୍ତା ପରିଷଦ୍‌ ଏବଂ ସଂଯୁକ୍ତ ମହାରାଷ୍ଟ୍ର ସଭାରେ ଆଗତ ପ୍ରସ୍ତାବନାରେ ଭୋଟ୍‌ ଦେବାରୁ ନିବୃତ୍ତ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe