ଭାରତର କାର୍ଯ୍ୟାନୁଷ୍ଠାନରେ ୧୩୮ ପାକ୍‌ ସୈନିକ ନିହତ

ଭାରତର କାର୍ଯ୍ୟାନୁଷ୍ଠାନରେ ୧୩୮ ପାକ୍‌ ସୈନିକ ନିହତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା କରିବା ପାଇଁ ଭାରତୀୟ ସେନାବାହିନୀ ଗତବର୍ଷ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତର କାର୍ଯ୍ୟାନୁଷ୍ଠାନରେ ଗତବର୍ଷ ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ୧୩୮ ପାକ୍‌ ସୈନିକ ନିହତ ହୋଇଛନ୍ତି ବୋଲି ସରକାରୀ ଗୁଇନ୍ଦା ସଂସ୍ଥା ରିପୋର୍ଟରୁ। ସେହିପରି ଉଭୟ ପାର୍ଶ୍ୱର ସୀମାପାର ଗୁଳି ଚାଳନାରେ ଭାରତୀୟ ସେନାବାହିନୀ ଏହାର ୨୮ ଜଣ ଯବାନଙ୍କୁ ହରାଇଛି ଏବଂ ୭୦ ଜଣ ଯବାନ ଆହତ ହୋଇଛନ୍ତି। ସରକାରୀ ସୂଚନା ଅନୁଯାୟୀ ୨୦୧୭ ମସିହାରେ ପାକିସ୍ତାନ ଦ୍ୱାରା ୮୬୦ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ୨୦୧୬ ମସିହାରେ ଏହି ସଂଖ୍ୟା ଥିଲା ୨୨୧। ତେବେ ପାକିସ୍ତାନ ଦ୍ୱାରା ହୋଇଥିବା ସମସ୍ତ ଅସ୍ତ୍ରବିରତି ଉଲ୍ଲଂଘନ ବିରୋଧରେ ଭାରତ ସଠିକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଉଚିତ୍‌ ଜବାବ ମଧ୍ୟ ଦେଇଛି ବୋଲି ଭାରତୀୟ ସେନାର ମୁଖପାତ୍ର କୋଲ ଅମନ ଆନନ୍ଦ କହିଛନ୍ତି। ଗତବର୍ଷ ଭାରତୀୟ ସେନାବାହିନୀର ସ୍ନାଇପର ଗୁଳି ଚାଳନାରେ ୨୭ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାଯାଇଛି। ସେହିପରି ପାକିସ୍ତାନର ସ୍ନାଇପର ଗୁଳି ଚାଳନାରେ ଗତବର୍ଷ ୭ ଭାରତୀୟ ସେନା ଯବାନ ସହିଦ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe