ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୧୬୪ କରୋନା ଆକ୍ରାନ୍ତ ଚିହ୍ନଟ, ୪୯୯ ମୃତ

Advertisment
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୧୬୪ କରୋନା ଆକ୍ରାନ୍ତ ଚିହ୍ନଟ, ୪୯୯ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁଣି କରୋନାରେ ଦେଶରେ ୪୯୯ ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୪୪,୨୨୯ରେ ପହଞ୍ଚିଛି। ସମୁଦାୟ ମୃତ୍ୟୁ ସଂଖ୍ୟା ୪,୧୪,୧୦୮ରେ ପହଞ୍ଚିଛି।

ଦେଶରେ ଏବେ ୪,୨୧,୬୬୫ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସାପ୍ତାହିକ ପଜିଟିଭ୍ ହାର ୨.୦୮ ରହିଥିବା ବେଳେ ଦୈନିକ ପଜିଟିଭ୍ ହାର ୨.୬୧ ରହିଛି। ଗତ କିଛି ଦିନ ହେବ ଦେଶରେ ଦୈନିକ ସଂକ୍ରମଣ ହାର ଦିନକୁ ଦିନ କମ୍‌ ‌ହେବାରେ ଲାଗିଛି।

ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ (ଆଇସିଏମ୍‌ଆର) ରିପୋର୍ଟ ମୁତାବକ, ଜୁଲାଇ ୧୮ ତାରିଖ ସୁଦ୍ଧା ସମୁଦାୟ ୪୪,୫୪, ୨୨,୨୫୬ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ‌ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୪,୬୩,୯୩ ନମୁନା ପରୀକ୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe