ଭୟଙ୍କର ହେଉଛି ଯୁଦ୍ଧ : ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ ଦେଲେ ସରକାର

Advertisment
କ୍ରେମଲିନ ଡ୍ରୋନ ଆକ୍ରମଣ ପରେ ରକ୍ତମୁଖା ହେଲା ରୁଷ, ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ, ୧୬ ମୃତ

In this handout photo released by Russian Defense Ministry Press Service released on Wednesday, June 1, 2022, The Russian military's Uragan multiple rocket launchers fire rockets at Ukrainian troops at an undisclosed location. (Russian Defense Ministry Press Service via AP)

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆହୁରି ଭୟଙ୍କର ହେଉଥିବାବେଳେ ୟୁକ୍ରେନରେ ଥିବା ଭାରତୀୟମାନେ ତୁରନ୍ତ ସେହି ଦେଶ ଛାଡ଼ିବାକୁ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ୟୁକ୍ରେନ୍‌ରେ ଥିବା ଭାରତର ଦୂତାବାସ ପକ୍ଷରୁ ଏକ ସତର୍କତା ଜାରି କରି କୁହାଯାଇଛି ଯେ ଛାତ୍ରଛାତ୍ରୀମାନଙ୍କ ସମେତ ଭାରତୀୟ ନାଗରିକମାନେ ଯଥାଶୀଘ୍ର ୟୁକ୍ରେନ ଛାଡିଦିଅନ୍ତୁ । ଭାରତୀୟ ଦୂତାବାସ ପକ୍ଷରୁ  ମଧ୍ୟ ଭାରତୀୟ ନାଗରିକମାନଙ୍କୁ ୟୁକ୍ରେନ ଯାତ୍ରା ନକରିବାକୁ ଚେତାବନୀ ଦେଇ ୟୁକ୍ରେନର “ସୁରକ୍ଷା ଅବସ୍ଥା ଖରାପ” ବୋଲି ଦର୍ଶାଇଛି ।

ଏହାପୂର୍ବରୁ ଆଜି ୟୁକ୍ରେନ ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ରୁଷ ଗୁଳି ବିନିମୟରେ ଅତି କମରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଜଣ ଆହତ ହୋଇଛନ୍ତି । ରୁଷ ଗତ କିଛି ଦିନ ହେଲା ୟୁକ୍ରେନ ଉପରେ ପ୍ରବଳ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ କରିଚାଲିଛି । ଏହା ଦ୍ବାରା ୟୁକ୍ରେନର ବ୍ୟାପକ କ୍ଷୟକ୍ଷତି ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe