Social media banned for children: ୧୫ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ କରାଯାଉ: ଫ୍ରାନ୍ସ ରାଷ୍ଟ୍ରପତି

Advertisment

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ରେ ବିଶ୍ବର ଅନେକ ପ୍ରମୁଖ ନେତା ଯୋଗଦେଇଛନ୍ତି। ଏହି ମଞ୍ଚରୁ ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧିମାନେ ଏଆଇର ଭବିଷ୍ୟତ ଉପରେ ନିଜର ମତ ରଖିଛନ୍ତି।

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ରେ ବିଶ୍ବର ଅନେକ ପ୍ରମୁଖ ନେତା ଯୋଗଦେଇଛନ୍ତି। ଏହି ମଞ୍ଚରୁ ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧିମାନେ ଏଆଇର ଭବିଷ୍ୟତ ଉପରେ ନିଜର ମତ ରଖିଛନ୍ତି।

Social media should be banned

Social media should be banned Photograph: (sambad.in)

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ରେ ବିଶ୍ବର ଅନେକ ପ୍ରମୁଖ ନେତା ଯୋଗଦେଇଛନ୍ତି। ଏହି ମଞ୍ଚରୁ ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧିମାନେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଭବିଷ୍ୟତ ଉପରେ ନିଜର ମତ ରଖିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି ଏବଂ ୧୫ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ସୋସିାଲ୍ ମିଡ଼ିଆ ବ୍ୟାନ୍ କରିବା ପାଇଁ ଅପିଲ କରିଛନ୍ତି।

ମୋଦୀଙ୍କୁ ମାକ୍ରନଙ୍କ ପ୍ରଶଂସା

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬କୁ ସମ୍ବୋଧିତ କରି ଫ୍ରାନ୍ସ ରାଷ୍ଟ୍ରପତି କହିଥିଲେ, ଆପଣଙ୍କ ସୁନ୍ଦର ଦେଶରେ ଆମକୁ ଭବ୍ୟ ସ୍ୱାଗତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଦ୍ୱାରା ଆୟୋଜିତ ଏହି ଏଆଇ ଇମ୍ପାକ୍ଟ ସମିଟରେ ଉପସ୍ଥିତ ହେବା ବଡ଼ ଖୁସିର କଥା। ଗତ ୧୦ ବର୍ଷ ମଧ୍ୟରେ ଦେଶରେ ବହୁତ କିଛି ପରିବର୍ତ୍ତନ ହୋଇଛି। ଦଶ ବର୍ଷ ପୂର୍ବେ, ମୁମ୍ବାଇର ଜଣେ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ବିକ୍ରେତା ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପ୍ରାୟତଃ ଅସମ୍ଭବ ଥିଲା। ତାଙ୍କର କୌଣସି ଠିକଣା ନଥିଲା, କୌଣସି କାଗଜପତ୍ର ନଥିଲା, କିନ୍ତୁ ଆଜି ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ବର୍ତ୍ତମାନ ସେହି ବିକ୍ରେତା ଯେକୌଣସି ବ୍ୟକ୍ତିଙ୍କଠୁ ଫୋନ ମାଧ୍ୟମରେ ତୁରନ୍ତ ପେମେଣ୍ଟ ଗ୍ରହଣ କରିପାରୁଛନ୍ତି। ଏହା ଏକ ବିରାଟ ପରିବର୍ତ୍ତନ। ମାକ୍ରୋନ୍ କହିଛନ୍ତି ଯେ ଭାରତ ପ୍ରତିବର୍ଷ ଲକ୍ଷ ଲକ୍ଷ ଏଆଇଈ ଇଞ୍ଜିନିୟରଙ୍କୁ ତାଲିମ ଦିଏ। ୫ଲକ୍ଷ ଇଞ୍ଜିନିୟରଙ୍କ ସହିତ, ଭାରତରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଡେଭଲପର କମ୍ୟୁନିଟି ଅଛି।

ପିଲାଙ୍କ ପାଇଁ ବନ୍ଦ କର ସୋସିଆଲ ମିଡିଆ

୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବାକୁ ଇଣ୍ଡିଆ ଏଆଇ ଶିଖର ସମ୍ମିଳନୀରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଥିଲେ। ସେ ଆହ୍ବାନ ଦେଇ କହିଥିଲେ, ଫ୍ରାନ୍ସ ପୂର୍ବରୁ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇସାରିଛି। ଆମେ ଏହି ପଥ ଆରମ୍ଭ କରିସାରିଛୁ, ଏବଂ ଆମେ ଆଶା କରୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହାକୁ ଅନୁସରଣ କରିବେ। ପିଲାଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଦୁଇପାଦ ଆଗକୁ ବଢ଼ିବେ।

ଆହୁରି ପଢ଼ନ୍ତୁ: Ramadan in Gaza: ଗାଜାରେ ରମ୍‌ଜାନ୍‌: ଧ୍ୱଂସସ୍ତୁପରେ ରୋଜା, ରାସ୍ତାରେ ସେହରି ଆଉ ଇଫତାର୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe