India Aircraft Mechanical Faults : ୫୦% ବିମାନରେ ବାରମ୍ବାର ଖରାପ ହେବା ପରି ତ୍ରୁଟି ,ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଏୟରେଲାଇନ୍ସ ତାଲିକା ଶୀର୍ଷରେ

Advertisment

ଭାରତରେ ଦିନକୁ ଦିନ ବିମାନ ଦୁର୍ଘଟଣା ବଢ଼ୁଥିିବାବେଳେ ଏଥିପାଇଁ ଯାନ୍ତ୍ରିକ ତ୍ରୁଟି ସମସ୍ୟା ମୁଖ୍ୟତଃ ଦାୟୀ ହୋଇଥାଏ। ଗୁରୁବାର ଲୋକସଭାରେ ରଖାଯାଇଥିବା ତଥ୍ୟ ଅନୁସାରେ ଅଡିଟ୍ ହୋଇଥିବା ୫୦% ବିମାନରେ ବାରମ୍ବାର ଖରାପ ହେବା ପରି ତ୍ରୁଟି ଦେଖିବାକୁ ମିଳୁଥିବା କୁହାଯାଇଛି।

ଭାରତରେ ଦିନକୁ ଦିନ ବିମାନ ଦୁର୍ଘଟଣା ବଢ଼ୁଥିିବାବେଳେ ଏଥିପାଇଁ ଯାନ୍ତ୍ରିକ ତ୍ରୁଟି ସମସ୍ୟା ମୁଖ୍ୟତଃ ଦାୟୀ ହୋଇଥାଏ। ଗୁରୁବାର ଲୋକସଭାରେ ରଖାଯାଇଥିବା ତଥ୍ୟ ଅନୁସାରେ ଅଡିଟ୍ ହୋଇଥିବା ୫୦% ବିମାନରେ ବାରମ୍ବାର ଖରାପ ହେବା ପରି ତ୍ରୁଟି ଦେଖିବାକୁ ମିଳୁଥିବା କୁହାଯାଇଛି।

India aircraft mechanical faults

India aircraft mechanical faults Photograph: (sambad. in)

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବିମାନ ଦୁର୍ଘଟଣା ବଢ଼ୁଥିିବାବେଳେ ଏଥିପାଇଁ ଯାନ୍ତ୍ରିକ ତ୍ରୁଟି ସମସ୍ୟା ମୁଖ୍ୟତଃ ଦାୟୀ ହୋଇଥାଏ। ଗୁରୁବାର ଲୋକସଭାରେ ରଖାଯାଇଥିବା ତଥ୍ୟ ଅନୁସାରେ ଅଡିଟ୍ ହୋଇଥିବା ୫୦% ବିମାନରେ ବାରମ୍ବାର ଖରାପ ହେବା ପରି ତ୍ରୁଟି ଦେଖିବାକୁ ମିଳୁଥିବା କୁହାଯାଇଛି। ଏୟାର ଇଣ୍ଡିଆ ଗ୍ରୁପ୍‌ ଓ ଇଣ୍ଡିଗୋ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି। ସରକାର କହିଛନ୍ତି, ଗତବର୍ଷ ଜାନୁଆରିରୁ ଏପର୍ଯ୍ୟନ୍ତ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ନେଇ ୬ଟି ତାଲିକାଭୁକ୍ତ ଏୟାର ଲାଇନ୍ସର ୭୫୪ ବିମାନର ସମୀକ୍ଷା କରାଯାଇଥିଲା। ଏଥିରେ ୩୭୭ ବିମାନରେ ବାରମ୍ବାର ଖରାପ ହେବା ପରି ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା। 

ଇଣ୍ତିଗୋ ବିମାନର କରାଗଲା ସମୀକ୍ଷା 

ଇଣ୍ଡିଗୋ ଏୟାରଲାଇନ୍ସର ସର୍ବାଧିକ ବିମାନର ସମୀକ୍ଷା କରାଯାଇଥିଲା। ଫେବୃଆରି ୩ ତାରିଖ ପର୍ଯ୍ୟନ୍ତ ୪୦୫ ଇଣ୍ଡିଗୋ ବିମାନର ସମୀକ୍ଷା କରାଯାଇଥିବାବେଳେ ସେଥିରୁ ୧୪୮ରେ ବାରମ୍ବାର ଖରାପ ହେବାପରି ତ୍ରୁଟି ଦେଖିବାକୁ ମିଳିଥିଲା ବୋଲି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ ଗୃହକୁ ଲିଖିତ ଜବାବରେ ଜଣାାଇଥିଲେ। ଏୟାର ଇଣ୍ଡିଆ ଗ୍ରୁପ୍‌ ବିମାନରେ ଏହି ଅନୁପାତ ବହୁତ ଅଧିକ ରେକର୍ଡ ହୋଇଛି। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରଲାଇନ୍ସର ଯାଞ୍ଚ କରାଯାଇଥିବା ୨୬୭ ଟି ବିମାନ ମଧ୍ୟରୁ ୧୯୧ ଟିରେ ବାରମ୍ବାର ସମସ୍ୟା ଦେଖାଯାଇଥିଲା। ଏହି ଦୁଇ ଏୟାରଲାଇନ୍ସର ପ୍ରାୟ ୭୨ ପ୍ରତିଶତ ବିମାନର ଅଡିଟ୍ କରାଯାଇଥିଲା। ତଥ୍ୟ ଅନୁଯାୟୀ ୧୬୬ ଟି ଏୟାର ଇଣ୍ଡିଆ ବିମାନ ମଧ୍ୟରୁ ୧୩୭ ଟିରେ ବାରମ୍ବାର ତ୍ରୁଟି ଦେଖାଯାଇଥିଲା, ୧୦୧ ଟି ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମଧ୍ୟରୁ ୫୪ ଟିରେ ତ୍ରୁଟି ଦେଖାଯାଇଥିଲା।

ଏୟାରଇଣ୍ତିଆ ଓ ଇଣ୍ଡିଗୋ ବିମାନରେ ଦେଖାଯାଉଛି ସର୍ବାଧୀକ ତୃଟି 

ସ୍ପାଇସଜେଟ ଏୟାରଲାଇନ୍ସର ୪୩ ବିମାନର ଯାଞ୍ଚ ହୋଇଥିବାବେଳେ ୧୬ଟିରେ ବାରମ୍ବାର ଖରାପ ହେବା ପରି ତ୍ରୁଟି ରହିଥିଲା। ଅନ୍ୟପକ୍ଷରେ ଆକାଶା ଏୟାରଲାଇନ୍ସର ୩୨ଟି ବିମାନର ସମୀକ୍ଷା ହୋଇଥିବାବେଳେ ୧୪ଟି ସମସ୍ୟା ରହିଥିଲା। ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ ଏୟାରଲାଇନ୍ସ ପକ୍ଷରୁ ବ୍ୟାପକ ଯାଞ୍ଚ କରାଯାଇଥିଲେ ମଧ୍ୟ ଅନେକରେ ତ୍ରୁଟି ଦେଖାଯାଉଛି। ଏୟାର ଇଣ୍ଡିଆର ଜଣେ ବରି‌ଷ୍ଠ କାର୍ଯ୍ୟନିର୍ବାହୀ ଦର୍ଶାଇଛନ୍ତି ଯେ, ତ୍ରୁଟି ମୁଖ୍ୟତଃ କମ୍‌ ପ୍ରାଥମିକତା ପ୍ରଦାନ କରାଯାଉଥିବା ଉପକରଣ ସହିତ ଜଡିତ। ସିଟ୍, ଟ୍ରେ ଟେବୁଲ୍, ସ୍କ୍ରିନ୍ ଭଳି ଜିନିଷ ଅଧିକ ଖରାପ ରହୁଛି। ଡିଜିସିଏ ଗତ ବର୍ଷ ନିରୀକ୍ଷଣ କାର୍ଯ୍ୟ ବୃଦ୍ଧି କରିଥିଲା। ମୋହୋଲ କହିଛନ୍ତି ଯେ, ଡିଜିସିଏ ୩୮୯୦ ଥର ନିରୀକ୍ଷଣ ଯାଞ୍ଚ, ୫୬ ଥର ନିୟାମକ ଅଡିଟ୍, ୮୪ ଥର ବିଦେଶୀ ବିମାନର ନିରୀକ୍ଷଣ (ଏସ୍‌ଓଏଫ୍‌ଏ) ଯାଞ୍ଚ ଏବଂ ୪୯୨ ଥର ରାମ୍ପ ଯାଞ୍ଚ କରିଛି। ଡିଜିସିଏ ଅଣଯୋଜନାବଦ୍ଧ ଭାବେ ୮୭୪ ଥର ସ୍ପଟ୍ ଯାଞ୍ଚ କରିଥିବାବେଳେ ୫୫୦ ଥର ରାତ୍ରୀକାଳୀନ ଯାଞ୍ଚ କରିଥିଲା। ମନ୍ତ୍ରୀ କହିଥିଲେ, ଡିଜିସିଏ ୨୦୨୨ରେ ୬୩୭ ବୈଷୟିକ ପଦବିକୁ ଅନୁମତି ଦେଇଥିଲା। କର୍ମଚାରୀ ଅଭାବକୁ ଦୃଷ୍ଟିରେ ରଖି ଏହି ପଦବି ସଂଖ୍ୟା ୧,୦୬୩ ବୃଦ୍ଧି କରାଯାଇଛି।

ଆହୁରି ପଢ଼ନ୍ତୁ: Smriti mandhana inspirational story: ବ୍ୟକ୍ତିଗତ ଜୀବନର ଦୁଃଖ ଭାଙ୍ଗିପାରିଲାନି ସ୍ମୃତିଙ୍କ ଆତ୍ମବିଶ୍ବାସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe