ଅପରେସନ୍ ସିନ୍ଦୂରର ଜବାବ: ଆତଙ୍କୀ ଘର ସାମ୍ନାରେ ଲାଗିଲା ମୃତଶରୀରଗୁଡ଼ିକର ଲମ୍ବା ଧାଡ଼ି

Advertisment

ଅପରେସନ ସିନ୍ଦୂର ପରେ ଆତଙ୍କୀ ଆଝହରର ଘର ସାମ୍ନାରେ ମୃତଶରୀରଗୁଡ଼ିକର ଲମ୍ବା ଧାଡ଼ି ଲାଗିଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି।  ସମସ୍ତ ମୃତଶରୀରଗୁଡ଼ିକୁ କବର ଦେବା ପାଇଁ ଚାଲିଛି ପ୍ରସ୍ତୁତି।

Updated On

ଅପରେସନ ସିନ୍ଦୂର ପରେ ଆତଙ୍କୀ ଆଝହରର ଘର ସାମ୍ନାରେ ମୃତଶରୀରଗୁଡ଼ିକର ଲମ୍ବା ଧାଡ଼ି ଲାଗିଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି।  ସମସ୍ତ ମୃତଶରୀରଗୁଡ଼ିକୁ କବର ଦେବା ପାଇଁ ଚାଲିଛି ପ୍ରସ୍ତୁତି।

ଅଦ୍ୟତନ ହୋଇଛି
ଦସଦନ

ନୂଆଦିଲ୍ଲୀ: ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ଦ୍ବାରା କୁଖ୍ୟାତ ଜେଇଏମ୍ ଆତଙ୍କବାଦୀ ମସୁଦ ଆଝାରର ୧୦ ପରିବାର ସଦସ୍ୟ ଏବଂ ୪ ଜଣ ଘନିଷ୍ଠ ସହଯୋଗୀଙ୍କ ମୃତ୍ୟୁ ହୋଇଛି। ଏଥିସହିତ  ଜେଇଏମ୍ ଏବଂ ଏଲ୍ଇଟିର  ୮୦ରୁ ଅଧିକ ଆତଙ୍କବାଦୀ ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଛନ୍ତି। ସିନ୍ଦୂର ଆକ୍ରମଣ ପରେ ପାକିସ୍ତାନରୁ କିଛି ଫଟୋ ସାମ୍ନାକୁ ଆସିଛି। 

ଏହି ଫଟୋଗୁଡ଼ିକ ମଧ୍ୟରେ ଭାରତର ଆକ୍ରମଣ ପରେ ପାକିସ୍ତାନରେ ଗୁରୁତର ଲୋକଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆ ଯାଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଜୈସ-ଏ- ମହମ୍ମଦ ଏକ ବିବୃତ୍ତି ଦେଇ ଭାରତ ଆକ୍ରମଣକୁ ସ୍ପଷ୍ଟ କରିଛି। ଏଥିସହିତ ଏୟାରଷ୍ଟ୍ରାଇକରେ ନିହତ ହୋଇଥିବା ଜାତିସଂଘ ଘୋଷିତ ଅନ୍ତର୍ଜାତୀୟ ଆତଙ୍କବାଦୀ
ଆଝହରର ପରିବାର ସଦସ୍ୟର ଓ ତାର ଆତ୍ମୀୟଙ୍କୁ ଆଜି କବର ଦିଆଯିବ ବୋଲି ସୂଚନା ମିଳିଛି।

ପାକିସ୍ତାନର ବହାବଲପୁରରେ ଥିବା ଏକ ମସଜିଦ ଉପରେ ଭାରତ ଆକ୍ରମଣ କରିବା ପରେ ଜୈସ-ଏ- ମହମ୍ମଦର ମୁଖ୍ୟ ଆଝହରର ବଡ଼ ଭଉଣୀ ଓ ଭିଣୋଇଙ୍କ ସମେତ ୧୦ଜଣଙ୍କ ମୃତ୍ୟୁ ହୋଇଛି।

ଅପରେସନ ସିନ୍ଦୂର ପରେ ଆତଙ୍କୀ ଆଝହରର ଘର ସାମ୍ନାରେ ମୃତଶରୀରଗୁଡ଼ିକର ଲମ୍ବା ଧାଡ଼ି ଲାଗିଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe